May 10, 2026

ଆମ କବଚ ପରିବାର ପୁରୀ ତାର ପ୍ରଥମ ସ୍ଵନକ୍ଷତ୍ର ଉତ୍ସବ ଓ ଉତ୍କଳ ଜନନୀ ର ବରପୁତ୍ର ଦିବଂଗତ ନାଟ୍ୟକାର ସୋର୍ଗତ କୈଳାଶ ଶତପଥୀ ଓ ସ୍ୱୋର୍ଗତ ନିର୍ମଳ ଚନ୍ଦ୍ର ମିଶ୍ର ଙ୍କ ସ୍ମୃତି ଅବସରରେ ୧୦ ତାରିଖ ଏବଂ…

IMG-20250212-WA0016
Share

    ଆମ କବଚ ପରିବାର ପୁରୀ ତାର ପ୍ରଥମ ସ୍ଵନକ୍ଷତ୍ର ଉତ୍ସବ ଓ ଉତ୍କଳ ଜନନୀ ର ବରପୁତ୍ର ଦିବଂଗତ ନାଟ୍ୟକାର ସୋର୍ଗତ କୈଳାଶ ଶତପଥୀ ଓ ସ୍ୱୋର୍ଗତ ନିର୍ମଳ ଚନ୍ଦ୍ର ମିଶ୍ର ଙ୍କ ସ୍ମୃତି ଅବସରରେ ୧୦ ତାରିଖ ଏବଂ ୧୧ ତାରିଖ ଦୁଇ ଦିନ ଧରି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ସ୍ମୃତିଚାରଣ ସଭା ସହ ଦୁଇଟି ନାଟକ ପରିବେଷଣ କରାଯାଉଛି।ନାଟକର ପ୍ରାରମ୍ଭରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ଗିତିକାର ଆର୍ତ୍ତତ୍ରାଣ ଶତପଥୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ସଭାପତି ପ୍ରସନ୍ନ କୁମାର ମିଶ୍ର,ଉପ ସଭାପତି ଚକ୍ରଧର ମହାପାତ୍ର,ମଧୁସୂଦନ ମିଶ୍ର, ଷ୍ଟାଲିନ ପରିଜା,ଲକ୍ଷ୍ମୀଧର ପୂଜାପଣ୍ଡା,ସଂପାଦକ ସନ୍ତୋଷ କୁମାର ଜେନାମଣି, ଭରତ ନାୟକ ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଯୋଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।କବଚ ହେଉଛି ଜଣେ ମନୁଷ୍ୟ ପାଇଁ ଅଗ୍ରଗତିର ଏକ ଧାରା ତେଣୁ ଆମ କବଚ ଅନୁଷ୍ଠାନ ସେହିଭଳି ଏକ ମାର୍ଗ ଦର୍ଶକ ସାହିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ନାଟ୍ୟକାର ମାନଙ୍କୁ ସ୍ମୃତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଆଜୀବନ କଳା ସାଧନ ଓ ଦିବଂଗତ ନାଟ୍ୟକାର ମାନଙ୍କ ସ୍ମୃତି ଫଳକ ସମର୍ପଣ କରାଯାଇଥିଲା । ପ୍ରଥମ ଦିନ ନାଟକ ଭାବେ “ଅଶାନ୍ତ ଇଲାକା” ପରିବେଷଣ କରାଯାଇଥିଲା ।ଯାହାର ରଚନା କରିଥିଲେ ସ୍ବର୍ଗତ କୈଳାଶ ଶତପଥୀ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ବିରଞ୍ଚି ନାରାୟଣ ଜଗଦେବରାୟ ,ଏହାକୁ ସଙ୍ଗୀତରେ ସଜାଇଛନ୍ତି ବିଜୟ କୁମାର ।ଏହି ଅବସରରେ ନାଟ୍ୟ ନିର୍ଦେଶକ ବିରଞ୍ଚି ନାରାୟଣ ଜଗଦେବ ରାୟ ଙ୍କୁ ସମ୍ମାନିତ କରାଯିବା ସହ ଦିବଂଗତ ନାଟ୍ୟକାର କୈଳାଶ ଶତପଥୀ ଶ୍ମୃତି ଫଳକ ତାଙ୍କର ଧର୍ମ ପତ୍ନୀ ସୁନ୍ଦରମଣି ଶତପଥୀ ଙ୍କୁ ପ୍ରଦାନ କରାଯାଇଛି ଓ ପୂଜ୍ୟପୂଜା ଓ ପ୍ରତିଭା ପାଇଁ ସ୍ବର୍ଗତ କୈଳାଶ ଶତପଥୀ ସ୍ମୃତି ସମ୍ମାନ ବରିଷ୍ଠ ନାଟ୍ୟ ନିର୍ଦେଶକ ଗୋବିନ୍ଦ ଚନ୍ଦ୍ର ମହାନ୍ତି ଏବଂ ବହୁବିଧ ପ୍ରତିଭା ପାଇଁ ଆମ କବଚ ସମ୍ମାନରେ ସିନେ ପ୍ରଯୋଜକ ସୁବାସ ଚନ୍ଦ୍ର ସ୍ବାଇଁ,ସଂସ୍କୃତି ସଂଚାଳକ ମନୋରଞ୍ଜନ ଦାସ,ବରିଷ୍ଠ ଅଭିନେତା ଭବାନୀ ପ୍ରସାଦ ମିଶ୍ର ଙ୍କୁ ସମ୍ମାନିତ କରାଯାଇଛି।ମଞ୍ଚ ପରିଚାଳନା କରିଥିଲେ ଶ୍ୟାମ ପ୍ରକାଶ ସେନାପତି ଏବଂ ଶେଷରେ ସଂପାଦକ ଶ୍ରୀ ଜେନାମଣି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ