May 10, 2026

ଏକ୍ସପ୍ରେସ ଟେନ ରହଣି ପାଇଁ ଡ଼ିଆରଏମଙ୍କୁ ଦାବିପତ୍ର

IMG-20250204-WA0081
Share

 

 

ଗଞ୍ଜାମ= ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ଷ୍ଟେସନରେ ଦୁଇ ଏକ୍ସପ୍ରେସ ଟ୍ରେନ ପୁରୀ ଅହମଦାବାଦ ଓ ପୁରୀ ତିରୁପତି ରହଣି ପାଇଁ ଡ଼ିଆରଏମ ଭୂପିନ୍ଦର ସିଂ ଭଜ୍ୱାବାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ l ସୋମବାର ସନ୍ଧ୍ୟାରେ ଡ଼ିଆରଏମ ଭଜ୍ଵବା ଓ ଜେନେରାଲ ମେନେଜର ପରମେଶ୍ୱର ପୁଙ୍କୁୱାଲ ଏକ ସ୍ୱତନ୍ତ୍ର ଟ୍ରେନରେ ଗଞ୍ଜାମ ଷ୍ଟେସନ ଠାରେ ପହଂଚିବା ପରେ ବରିଷ୍ଠ ନାଗରିକ ପୌର ପରିଷଦ କର୍ମକର୍ତା ଭେଟି ଦାବି ପତ୍ର ପ୍ରଦାନ କରିଥିଲେ l ଦୀର୍ଘ ବର୍ଷ ହେବ ଏଠାରେ ଦୁଇ ଏକ୍ସପ୍ରେସ ଟ୍ରେନ ରହଣି ନିମନ୍ତେ ଦାବି ହୋଇ ଆସୁଥିବା ଜଣାଇ ଥିଲେ l ଏଥିସହ ଅପରାହ୍ନରେ ଡ଼ିଏମୟୁ ରହିବା ଲାଗି ସ୍ଥାନୀୟ ଅଞ୍ଚଳବାସୀ ଡ଼ିଆରଏମଙ୍କୁ ଅନୁରୋଧ କରିଥିଲେ l ଉକ୍ତ ଡ଼ିଏମୟୁ ଅପରାହ୍ନ ଚାରିଟାରେ ଏବଂ ସାଢେ ବାରଟାରେ ଗଞ୍ଜାମ ଷ୍ଟେସନ ଦେଇ ଭୁବନେଶ୍ୱର ଯାଉଛି ଏଣୁ ଏଠାରେ ରହିଲେ ବହୁ ଜନସାଧାରଣ ଉପକୃତ ହେବେ ବୋଲି ଆଲୋଚନା ହୋଇଥିଲା l ରେଳ ଉଚ୍ଚ କତୃପକ୍ଷ ତଥା ଡ଼ିଆରଏମ ଓ ଜେନେରାଲ ମେନେଜରଙ୍କୁ ଭେଟିବା ବେଳେ ବରିଷ୍ଠ ନାଗରିକ ପରିଷଦ ସଭାପତି ରବୀନ୍ଦ୍ର କୁମାର ପଣ୍ଡା, ବିନୋଦ ମହାପାତ୍ର, ବଣିକ ସଙ୍ଘ ସଭାପତି ଗୌରୀ ଶଙ୍କର ବାରିକି, ଗିରିଶ ଆଚାର୍ଯ୍ୟ, ସୁଦାମ ଜେନା, ମନୁ ମହାପାତ୍ର, ବ୍ରଜ ପାଣିଗ୍ରାହୀ,ବସନ୍ତ ସାବତ, ବିଜୟ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l