May 10, 2026

ଶୋଭନୀୟ ଶିକ୍ଷାଶ୍ରମର ପୁରସ୍କାର ବିତରଣ ଉତ୍ସବ 

IMG-20250204-WA0080
Share

 

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ସମ୍ବଲପୁର ପୁଟିବନ୍ଦ ଠାରେ ଥିବା ଶୋଭନୀୟ ଶିକ୍ଷାଶ୍ରମର ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।

 

ଏଥିରେ ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ ମୁଖ୍ୟଅତିଥି, ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ମୁଖ୍ୟବକ୍ତା, ଓ ସମ୍ମାନିତ ଅତିଥି ଭାବେ ସ୍ବର୍ଣ୍ଣବାଳା ତ୍ରିପାଠୀ ଓ ଶ୍ରୀମତୀ ବି.ଆର ବେହେରା ଯୋଗଦେଇ କୃତି ଶିକ୍ଷାର୍ଥୀଙ୍କୁ ପୁରସ୍କାର ବିତରଣ କରିଥିଲେ।ଆଏହି ଅବସରରେ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ବିଭିନ୍ନ ଦେଶାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷାର୍ଥୀଙ୍କ ବିଭିନ୍ନ ପ୍ରତିଭା କୁ ଉଜ୍ଜୀବିତ କରିବାକୁ ଏଭଳି ସ୍ୱତନ୍ତ୍ର ପୁରସ୍କାର ବିତରଣ ଉତ୍ସବକୁ ଅତିଥି ମାନେ ପ୍ରତିଭା ପୂଜାରେ ଶିକ୍ଷାଶ୍ରମର ଭୂମିକାକୁ ଭୁୟସୀ ପ୍ରଶଂସା କରିଥିଲେ।

 

ଶେଷରେ ସେବାଶ୍ରାମର ଅଧ୍ୟକ୍ଷ ଅକ୍ଷୟ ଶତପଥୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷାଶ୍ରମର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ସହଯୋଗ କରିଥିଲେ।