September 28, 2026

୧୦୬ ଅଣସଂଗଠିତ ଶ୍ରମିକଙ୍କ ମୁହଁରେ ହସ ଫୁଟାଇଲେ ଶ୍ରମ ଅଧିକାରୀ ସଞ୍ଜୟ ପ୍ରଧାନ    ..                                     

IMG-20250204-WA0048
Share

 

 

ବାଲେଶ୍ୱର (ଶେଖ ନଜିମ): ସ୍ୱଳ୍ପ ଦିନର ଯୋଗଦାନ ଭିତରେ ନିଜର ଦକ୍ଷତା ପ୍ରତିପାଦିତ କରିବା ସହିତ ୨୦୨୦ ମସିହା ଠାରୁ ଫାଇଲ୍ ମଧ୍ୟରେ ଅଟକି ରହିଥିବା ୧୦୬ଜଣ ଅଣସଂଗଠିତ ଶ୍ରମିକଙ୍କ ମଧ୍ୟରୁ କିଛି ଶ୍ରମିକଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ କରାଯିବା ନେଇ ବିଭାଗ ପକ୍ଷରୁ ଆସିଥିବା ସଂକେତକୁ ନେଇ ଏବେ ଶ୍ରମିକ ଏବଂ ତାଙ୍କ ପରିବାରର ସଦସ୍ୟଙ୍କ ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଛି ଏବଂ ବିଗତ ଦିନରେ ଦୁଇ ଜଣ ଶ୍ରମ ଅଧିକାରୀ ଯାହା କରି ପାରିନଥିଲେ ତାହା ବର୍ତ୍ତମାନର ଜିଲ୍ଲା ଶ୍ରମ ଅଧିକାରୀ ସଞ୍ଜୟ ପ୍ରଧାନ କରି ଦେଖାଇ ପାରିଛନ୍ତି ବୋଲି ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯିବା ସହିତ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଶ୍ରୀ ପ୍ରଧାନ କେବଳ ସହାୟତା ପ୍ରଦାନ କରିବା ଦିଗରେ ଚେଷ୍ଟିତ ହୋଇନାହାନ୍ତି ବରଂ ଦାରିଦ୍ରତା ମଧ୍ୟକୁ ଠେଲି ହୋଇ ଆତ୍ମହରା ହୋଇ ଯାଇଥିବା ୧୦୬ ପରିବାର ପାଇଁ ସାହା ଓ ଭରଷା ପାଲଟିଛନ୍ତି l ଗୋଟିଏ ପଟେ ସାହାଯ୍ୟ ସହଯୋଗ କରି ଶ୍ରମଅଧିକାରୀ ପ୍ରଶଂସାର ପାତ୍ର ସାଜିଥିବା ବେଳେ ଅନ୍ୟପଟେ ସେହି ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଜଣେ କର୍ମଚାରୀ ଶ୍ରମିକଙ୍କ ଠାରୁ ହାତଗୁଞ୍ଜା ନେଇ ୨୦୨୦,୨୦୨୧,୨୦୨୨,୨୦୨୩ ମସିହାର ଲେବର କାର୍ଡ଼ ଧାରିଙ୍କୁ ବିଭିନ୍ନ ଯଥା -ବିବାହ, ଶିକ୍ଷା, ପ୍ରସୂତିକାଳୀନ, ମୃତ୍ୟୁକାଳୀନ ସହାୟତା ପ୍ରଦାନ କରିବା ନିମନ୍ତେ ଯୋଗ୍ୟ ବିବେଚନା କରାଇବା ଯାହାକି ଜନ ଅସନ୍ତୋଷର କାରଣ ପାଲଟିବା ସହିତ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଘଟଣା ସାଜିଛି l ଏଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଦାବି ହେବା ସହିତ ଏଭଳି କାର୍ଯ୍ୟ କରି ବିଭାଗକୁ ବଦନାମ କରୁଥିବା କର୍ମଚାରୀଙ୍କୁ ଶ୍ରମ କମିଶନର ଏବଂ ଜିଲ୍ଲାପାଳ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରମିକଙ୍କ ପକ୍ଷରୁ ଦାବି କରାଯାଉଛି।