May 11, 2026

ବାଲେଶ୍ୱର ମୁଖ୍ୟାଳୟରେ ମିଳିତ ଜନଶୁଣାଣି ଶିବିର 

IMG-20250204-WA0050
Share

 

 

ବାଲେଶ୍ୱର(ଶେଖ୍ ନଜିମ୍): ଫେବୃଆରୀ ମାସର ପ୍ରଥମ ସୋମବାର ବାଲେଶ୍ୱର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ମୋଟ ୧୨୩ଟି ଅଭିଯୋଗ ଗ୍ରହଣ କରାଯାଇ ତା ଉପରେ ଶୁଣାଣି କରାଯାଇଥିଲା । ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦଙ୍କ ତତ୍ୱାବଧାନରେ ଏହି ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଅତିରିକ୍ତ ପିଡି ଡିଆରଡିଏ ବିଶ୍ୱରଞ୍ଜନ ନାୟକ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଗୋପୀନାଥ ପରିଡା,ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କ ଠାରୁ ଆସୁଥିବା ଅଭିଯୋଗ ଉପରେ ଶୁଣାଣି କରିଥିଲେ । ତେବେ ୧୨୩ଟି ଅଭିଯୋଗ ମଧ୍ୟରୁ ୯୦ଟି ମାମଲା ବ୍ୟକ୍ତିଗତ ରହିଥିବା ବେଳେ ୧୫ଟି ମାମଲା ଗାଁ ସମସ୍ୟା ଉପରେ ରହିଥିଲା। ଏହାବ୍ୟତିତ ୧୫ଟି ମାମଲା ଆର୍ଥିକ ସମସ୍ୟା ଉପରେ ରହିଥିବା ବେଳେ ୩ଟି ମାମଲା ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଉପରେ ରହିଥିଲା । ଏହାବ୍ୟତିତ ୧୬ଟି ମାମଲାକୁ ତତକ୍ଷଣାତ ଫଇସଲା କରାଯାଇଥିଲା । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ସଦର ବିଡିଓ ଉତ୍ତମ ଜେନାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏଥିରେ ଶିବିର ମଧ୍ୟରେ ଆସିଥିବା ସମସ୍ତ ସମସ୍ୟାକୁ ବିଭାଗକୁ ପଠାଯାଇଛି । ଶିବିରରେ ବିଶେଷ କରି ଆର୍ଥିକ ସହାୟତା ହେଉ,ନୂତନ ବାର୍ଦ୍ଧକ୍ୟ ଭତ୍ତା ପାଇଁ ୮୦ପ୍ରତିଶତ ହେଉନଥିବା ଭିନ୍ନକ୍ଷମ ଲୋକେ ସେମାନଙ୍କୁ ୮୦ପ୍ରତିଶତ କରି ନୂତନ ଭତ୍ତା ପ୍ରଦାନ କରିବା ସହ ଅନ୍ୟାନ୍ୟ ସମସ୍ୟା ଉପରେ ଅଭିଯୋଗ ହୋଇଥିଲା ।