May 11, 2026

ସରକାରୀ ବିଦ୍ୟାଳୟରେ ସରସ୍ବତୀ ପୂଜାରେ ଛାତ୍ରଛାତ୍ରୀଙ୍କ                ଅନୁପସ୍ଥିତ, ଦୁଃଖ ପ୍ରକାଶ କରିଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ ..

IMG-20250204-WA0019
Share

ପବିତ୍ର ସରସ୍ବତୀ ପୂଜାରେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକରେ ସରସ୍ବତୀ ପୂଜା ମହାଡ଼ମ୍ବରରେ ପାଳନ କରାଯାଇଛି l ସେହିଭଳି ଆମ ଚାନେଲ ପକ୍ଷରୁ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ତଳଜଙ୍ଗ ରେ ମା ବାଗଦେବୀ ସରସ୍ବତୀ ପୂଜା ପାଇଁ ମହାଡ଼ମ୍ବରରେ ପାଳନ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆୟୋଜନ କରିଥିଲେ l କିନ୍ତୁ ବିଦ୍ୟାଳୟ ରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଦୁଃଖ ପ୍ରକାଶ କରିବା ସହିତ ବିଦ୍ୟାଳୟ ରେ କୌଣସି ଭୋଜି ହେଉନଥିବାରୁ ଛାତ୍ରଛାତ୍ରୀମାନେ ଟିଉସନ ରେ ଭୋଜିରେ ବ୍ୟସ୍ତ ରହୁଛନ୍ତି l ବିଦ୍ୟାଳୟ ରେ ପୁଷ୍ପାଞ୍ଜଳି ଦେଇ ଚାଲିଯାଉଛନ୍ତି ବୋଲି କହିଥିଲେ l ଏହି ପୂଜାକୁ ତଳଜଙ୍ଘ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜୁଲତା ମଳିକ, ସ୍ମିତା ଦାସ, ତପସ୍ୱିନୀ ଖୁଣ୍ଟିଆ, ଜ୍ୟୋତିପ୍ରଭା ସାହୁ, ମାଧୁରୀ ମଧୁସ୍ମିତା ତ୍ରିପାଠୀ, କମିଟି ମେମ୍ବର ପୂର୍ଣଚନ୍ଦ୍ର ଦାସ, କରୁଣାକର ଜେନା କୁମୁଦିନୀ ଦାସ ସେହିଭଳି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ମିଶ୍ର, ପଦ୍ମଚରଣ ଜେନା, ହରିହର ତ୍ରିପାଠୀ, ରବିନାରାୟଣ ମେକାପ ପଙ୍କଜଲୋଚନ ଦାଶ ପ୍ରମୁଖ ନିଜ ନିଜ ବିଦ୍ୟାଳୟ ର ପୂଜାକୁ ଛାତ୍ରଛାତ୍ରୀମାନଙ୍କ ସହିତ ପାଳନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l