May 14, 2026

ପୂଜା ଚାରିଟେବଲ ଟ୍ରଷ୍ଟଦ୍ୱାରା ଖାତା, ପେନ ଓ ଫଳ ବଣ୍ଟନ..

IMG-20250126-WA0123
Share

ବୋଲଗଡ ,୨୬/୦୧(ଉପାନ୍ତ ଖବର): ୭୬ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ଚାରିଆଡେ ତ୍ରିରଙ୍ଗା ଫର ଫର ଉଡ଼ି ଦେଶର ଗାଥା ଗୁଣଗାନ କରୁଥିବା ବେଳେ ଏହି ଅବସରରେ ଫାସିଓଦା ପଞ୍ଚାୟତ ଅନ୍ତର୍ଗତ କୋଟପଲା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସଭାପତିତ୍ୱ ରେ ଓ ସ୍କୁଲ ର ଗାଁ କମିଟି ସଭାପତି ଙ୍କ ସହିତ ପୂଜା ଚାରିଟେବଲ ଟ୍ରଷ୍ଟ ଭୁବନେଶ୍ୱର ର ମୁଖ୍ୟ ପୂଜାଞ୍ଜଳି ରାଉତ, ଓ ସମାଜସେବୀ ଅଶୋକ ପ୍ରଧାନ ଓ ଦୀପାଳି ବଳ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ପତକା ଉତୋଳନ କରିଥିଲେ। ଛାତ୍ର ଛାତ୍ରୀ ମନେ ଜାତୀୟ ସଙ୍ଗୀତ ଗାନ କରିଥିଲେ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ମାନଙ୍କୁ ମାନଙ୍କୁ ଗଣତନ୍ତ୍ର ଦିବସ ବିଷୟରେ ସମ୍ୟକ ସୂଚନା ଦେଇଥିଲେ।ଓ ପରେ ପୂଜା ଚାରିଟେବଲ ଟ୍ରଷ୍ଟ ର କର୍ମ କର୍ତ୍ତା ମାନେ ସ୍କୁଲ ର ଛାତ୍ର ଛାତ୍ରୀ ଓ ଅଙ୍ଗନ ବାଡ଼ି ର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ମାନଙ୍କୁ ଫଳ, ବିସ୍କୁଟ, ଡଟପେନ, ପେନସିଲ ଓ ଖାତା ବାଣ୍ଟି ଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମନରେ ଆନନ୍ଦ ର ଲହରୀ ଖେଳିଯାଇ ଥିବା ଦେଖିବାକୁ ମିଳି ଥିଲା।

ରିପୋର୍ଟ-ମାନସ ରଂଜନ କର