ଲାଞ୍ଜିଗଡ଼ରେ 76 ତମ ସାଧାରଣତନ୍ତ୍ର ଦିବସ ପାଳିତ

ଲାଞ୍ଜିଗଡ଼ – ( ପୁରନ୍ଦର ଦଣ୍ଡସେନା ) ଲାଞ୍ଜିଗଡ଼ରେ 76 ତମ ଗଣତନ୍ତ୍ର ଦିବସ ଆନନ୍ଦ ଓ ଉଲ୍ଲାସର ସହିତ ପାଳିତ ହୋଇଯାଇଛି l ଆଜି ପ୍ରାତଃକାଳରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ରାମଧୂନ ସହ ଦେଶାତ୍ମବୋଧ ବିଭିନ୍ନ ସ୍ଲୋଗାନ ଗାଇ ନଗର ପରିକ୍ରମା କରିଥିଲେ l ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l ସକାଳ ୮ ଟା ସମୟରେ ପଞ୍ଚାୟତ କାର୍ଯ୍ୟଳୟପରିସରରେ ସରପଞ୍ଚ ସରସ୍ବତୀ ମୁଣ୍ଡା ପତାକା ଉତ୍ତୋଳନ କରିଥିଲେ l ସକାଳ ୯ ଟା ସମୟରେ ଲାଞ୍ଜିଗଡ଼ରେ ସାମୂହିକ ପତାକା ଉତ୍ତୋଳନ ଓ ଶିକ୍ଷାନୁଷ୍ଠାନ ମାନଙ୍କର ଛାତ୍ର ଛାତ୍ରୀମାନଙ୍କ ପ୍ୟାରେଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା ଏହି ପତାକା ଉତ୍ତୋଳନ ଉତ୍ସବରେ ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନ ଯଥା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲାଞ୍ଜିଗଡ଼ସରକାରୀ ଉଚ୍ଚ ବିଦ୍ୟାଳୟ,ଆଶ୍ରମ ଉଚ୍ଚ ବିଦ୍ୟାଳୟ, ସରକାରୀ ( ଏସ ଏସ ଡି ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଣୀପଙ୍ଗା ସରକାରୀ ଆଦିବାସୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି ପ୍ୟାରେଡ଼ରେ ଅଂଶଗ୍ରହଣ କରିଥିଲେ l ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ଭଵାନୀ ଶଙ୍କର ଲେଙ୍କା ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ଉଦବୋଧନ ଦେଇ ଗଣତନ୍ତ୍ରଦିବସ ଉପରେ ଆଲୋକପାତ କରିଥିଲେ l ମଞ୍ଚାସୀନ ଶ୍ରୀଧର ପେସନିଆ, ଚନ୍ଦ୍ରଧ୍ଵଜ ପେସନିଆ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ମାଝୀ ମଧ୍ୟ ନିଜ ଭାଷଣ ମାଧ୍ୟମରେ ସାଧାରଣତନ୍ତ୍ର ଦିବସ ଉପରେ ସୁଚିନ୍ତିତ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ l ପରେ ଛାତ୍ର ଛାତ୍ରୀମାନଙ୍କ ପ୍ୟାରେଡ଼ ଅନୁଷ୍ଠିତ ହୋଇଥିଲା ଏବଂ ସେମାନଙ୍କ ଦ୍ୱାରା ପ୍ରତିଯୋଗିତା କରାଯାଇଥିଲା l ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର