May 14, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ପୋଡାଗଡ ଐତିହାସିକ ପୀଠରେ ବାରଭୂଜା ମାଙ୍କ ମାଘ ଯାତ୍ରା ଅନୁଷ୍ଠିତ…..

IMG-20250126-WA0058
Share

 

ଯଯାମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଭଣ୍ଡାରିଗୁଡା ଗ୍ରାମ ପଞ୍ଚାୟତ ଅଧୀନରେ ରେ ଅବସ୍ଥିତ ପୋଡାଗଡ ଠାରେ ପାରମ୍ପରିକ ମାଘ ମାସରେ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ବାରଭୁଜା ବାର ଗାଡା ଦୂରଦାନି , ମା ଖମ୍ବେଶ୍ଵରୀ ଓ ଗାଦୀମା ବାବା ଚାଉରିଆ ମନ୍ଦିରରେ ଫୁଲ ପିନ୍ଧାନୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ପୂଜକ ଶ୍ରୀ କୃଷ୍ଣ ପୂଜାରୀ ଓ ଅନ୍ୟାନ୍ୟ ପୂଜକ ରଘୁ ,ନାରାୟଣ ପୁଜାରୀ ମୁଖ୍ୟ ମହେନ୍ଦ୍ର ମାଝୀ ପରଗଣିଆ ଗଣ୍ଡା ଉପସ୍ଥିତରେ ପୋଡାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା କୈଳାସ ଚନ୍ଦ୍ର ବେହେରା ଉପସ୍ଥିତରେ ସମସ୍ତ ଦେବାଦେବୀ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ୯୩ଟି ଗ୍ରାମର ପୂଜକ , ଶିରା ,ଗୁଣିଆ ଏହି ଅବସରରେ ଉପସ୍ଥିତ ଥିଲେ। ମଣ୍ଡେଇ ଆସନ୍ତା ଫେବୃୟାରୀ ମାସ ୧୦ତାରିଖରେ ଅନୁଷ୍ଠିତ ହେବାକୁ ଯାଉ ଥିବା ବେଳେ ଆସନ୍ତା ବେବୃଆରୀ ମାସ ୭ତାରିଖରେ ଭୈରବ ମନ୍ଦିର ନିକଟରେ ଥିବା କଳା ଭୈରବ ମନ୍ଦିରରେ ଫୁଲ ପିନ୍ଧନି ଯାତ୍ରା ଅନୁଷ୍ଠିତ ହେବ । ଫେବୃୟାରୀ ମାସ ୧୧ ତାରିଖ ରେ ପାଞ୍ଚଦେଓ ଭଟ୍ଟା ଠାରେ ମଣ୍ଡେଇ ଉଦଯାପନ ଉତ୍ସବ ଅନୁଷ୍ଠିତ ହେବ ବୋଲି କୈଳାସ ବେହେରା ସୂଚନା ପ୍ରଦାନ କରିଛନ୍ତି।