May 11, 2026

ଉମରକୋଟ ଅଞ୍ଚଳବାସୀ ଙ୍କ ବହୁତ ଦିନର ସ୍ବପ୍ନ ପୂରଣ ହେଲା…..

IMG-20250126-WA0042
Share

 

ଉମରକୋଟ:-(ଏମ୍.ଦିନ°ଶୁ ଆଚାରୀ) ଉମରକୋଟ ଅଞ୍ଚଳ ବାସୀଙ୍କ ବହୁତ ଦିନର ସ୍ବପ୍ନ ପୂରଣ ହୋଇଛି। ଆଉ ଯିବାକୁ ପଡିବ ନାହିଁ ୬୦କିଲୋମିଟର ରକ୍ତ ଆଣିବାକୁ। ଚନ୍ଦାହାଣ୍ଡି, ଝରୀଗାଁ, ରାଇଘର ଓ ଉମରକୋଟ ବ୍ଲକବାସୀ ଙ୍କ ସ୍ବପ୍ନ ପୂରଣ ହେବାରେ ମୁଖ୍ୟ ଭୂମିକା ସାଜିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ତତ୍କାଳୀନ ସରକାର ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ରକ୍ତ ଭଣ୍ଡାର ଗୃହ ନିର୍ମାଣ କରି ସେଥିରେ ବିଭିନ୍ନ ଯନ୍ତ୍ରପାତି ମଧ୍ୟ ଯୋଗେଇଥିଲେ କିନ୍ତୁ ରକ୍ତ ଭଣ୍ଡାର ରେ ରକ୍ତ ସଂଗ୍ରହ କରାଯାଇନଥିଲା, ତତ୍କାଳୀନ ସରକାର ରେ ବିରୋଧୀ ଦଳ ର ବିଧାୟକ ଥିବା ନିତ୍ୟାନନ୍ଦ ଗଣ୍ଡ ରକ୍ତ ଭଣ୍ଡାର ପାଇଁ ଅନେକ ଥର ଧାରଣା ରେ ବସିବା, ଅନଶନ କରିବା, ବିଧାନସଭା ରେ ପ୍ରସ୍ତାବ ରଖିବା ଆଦି ଚେଷ୍ଟା କରିଥିଲେ, ପରିଶେଷରେ ଓଡ଼ିଶାରେ ବିଜେପି ସରକାର ଆସିବାରୁ ମନ୍ତ୍ରୀ ଙ୍କ ପ୍ରଚେଷ୍ଟା ଫଳରେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତ କେନ୍ଦ୍ର ର ଉଦଘାଟନ ହୋଇଯାଇଛି।ଯାହାଫଳରେ ଅଞ୍ଚଳବାସୀ ଖୁସି ରେ ଝୁମିଥିବା ଦେଖିବାକୁ ମିଳିଛି।ଆଜିଠାରୁ ଅଞ୍ଚଳର କୌଣସି ରୋଗୀ ରକ୍ତ ପାଇଁ ନବରଙ୍ଗପୁର ଯିବାକୁ ପଡିବ ନାହିଁ ସମସ୍ତ ଙ୍କୁ ଉମରକୋଟ ଠାରେ ହିଁ ରକ୍ତ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ରକ୍ତ କେନ୍ଦ୍ର ର ଉଦଘାଟନି ଉତ୍ସବ ରେ ପଞ୍ଜାବ ନେସନାଲ ବ୍ୟାଙ୍କ ତରଫରୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ଏମ୍ବୁଲାନ୍ସ ପ୍ରଦାନ କରାଯାଇଥିଲା।ଏମ୍ବୁଲାନ୍ସ ପ୍ରଦାନ ସମୟରେ ପଞ୍ଜାବ ନେସନାଲ ବ୍ୟାଙ୍କ ର ଓଡିଶା ମୁଖ୍ୟ ଜୋନାଲ ମେନେଜର ରାଜେଶ କୁମାର, ବ୍ରହ୍ମପୁର ମୁଖ୍ୟ ଆଲୋକ ରଞ୍ଜନ ସେନାପତି ଓ ଉମରକୋଟ ଶାଖାର ସମସ୍ତ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ଥିଲେ। ଆଜି ର ଏହି ରକ୍ତ କେନ୍ଦ୍ର ଉଦଘାଟନି ଉତ୍ସବ ରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ , ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଝରୀଗାଁ ବିଧାୟକ ନରସିଂ ଭତରା, ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର, ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ, ପୌରାଧ୍ୟକ୍ଷା ରାଧା ଭତରା ମଞ୍ଚାସିନ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସିଡିଏମଓ ସନ୍ତୋଷ ପଣ୍ଡା ସଭାପତିତ୍ବ କରିଥିଲେ।