May 20, 2025
Share

 

୧-ଫେବୃଆରୀ ୧୭ରେ ରାଜ୍ୟ ବଜେଟ, ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ ଅନଲାଇନରେ ମତାମତ ଦେଇ ପାରିବେ।

 

୨-ମଣ୍ଡିରେ କାନ୍ଦୁଛି ଚାଷୀ । ଥମୁନି ଧାନ ବିକ୍ରି ଯନ୍ତ୍ରଣା । କଟକ ନିଆଳିରେ ମଣ୍ଡି ସ୍ଥାନାନ୍ତରଣକୁ ବିରୋଧ କରି ରାସ୍ତା ଉପରେ ଧାନ ପୋଡ଼ିଲେ ଅନ୍ନଦାତା।

 

୩-ପୁଣି ରିମାଣ୍ଡରେ ଆସିବେ ହାଇ ପ୍ରୋଫାଇଲ ଠକ ହଂସିତା-ଅନିଲ, ଯୁବତୀ ଚାଲାଣ ଲିଙ୍କ୍ ଖୋଲିବ।

 

୪-ପ୍ରି’ ବଜେଟ୍‌ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା, ଚଳିତ ବର୍ଷ ଦିଆଯିବ ୪୦ ହଜାର ନିଯୁକ୍ତି।

 

୫-ଭୁବନେଶ୍ୱର:ବ୍ୟାଙ୍କ କର୍ମଚାରୀ ବେଶରେ ଆସିଲେ, ତାଡିନେଲେ ATM । ଚୋରି ଅଟୋରେ ବୋହି ନେଲେ ଟଙ୍କା ଭର୍ତ୍ତି ଏଟିଏମ୍ ମେସିନ । ଟଙ୍କା ନେବା ପରେ ଗଙ୍ଗୁଆ ନାଳରେ ଭସାଇ ଅଭିଯୁକ୍ତ ଚମ୍ପଟ୍ ।

 

୬-ସୁଭଦ୍ରା ପୋର୍ଟାଲରେ ପୁରୁଷ କେମିତି କଲେ ଆବେଦନ ? ବଢ଼ିଲାଣି ରାଜନୀତି।

 

୭-ଫେବ୍ରୁଆରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ, ୫ ଓ ୬ ରେ କାଉଣ୍ଟରରେ ଏବଂ ୨ ରେ ଅନଲାଇନରେ ହେବ ଟିକେଟ ବିକ୍ରି।

 

୮-‘ସମସ୍ତଙ୍କ ପାଇଁ ଶିକ୍ଷା’ ଏଇ ବାର୍ତ୍ତା ନେଇ ଆଜି କିଟ୍ ଓ କିସ୍ ପକ୍ଷରୁ ସାରା ଓଡ଼ିଶାରେ ଅନୁଷ୍ଠିତ ହେଉଛି ମିନି ମାରାଥନ।

 

୯-ରାଜ୍ୟରେ ଆବାସ ସର୍ଭେ ଆରମ୍ଭ, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର : ମନ୍ତ୍ରୀ

 

୧୦-ଶୀତ ଦିନରେ ୫୨ବର୍ଷର ରେକର୍ଡ ଭାଙ୍ଗିଲା ତାତି, କୋରାପୁଟରେ ସର୍ବୋଚ୍ଚ ତାପମାତ୍ରା ୩୩ .୨ଡିଗ୍ରୀ।

 

୧୧-ଆନନ୍ଦପୁର:ଖଣି ବିଭାଗ ଓ ପୋଲିସର ମିଳିତ ଚଢାଉ, ୩ ବାଲି ବୋଝେଇ ହାଇୱା ଜବତ।

 

୧୨-ଲକ୍ଷ୍ମୀପୁର:ନାରାୟଣ ପାଟଣାସ୍ଥିତ ଲେମନ ଗ୍ରାସ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ।

 

୧୩-ଜିଓ ଭାରତ ଫୋନରେ ମାଗଣାରେ ଉପଲବ୍ଧ ହେବ ୟୁପିଆଇ ପେମେଣ୍ଟ ଆଲର୍ଟ, ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହେବ ସେବା।

 

୧୪-ଅମୁଲ ପକ୍ଷରୁ କ୍ଷୀର ମୂଲ୍ୟ ହ୍ରାସ କରାଯାଇଛି। ସାରା ଦେଶରେ ୧ ଲିଟର କ୍ଷୀର ପିଛା କମ୍ପାନୀ ୧ ଟଙ୍କା କମାଇଛି।

 

୧୫-ବିଜେପି ଯାହା ବାଣ୍ଟୁଛି ନିଅ, କିନ୍ତୁ ଭୋଟ ଦିଅନି; ଭୋଟରଙ୍କୁ କେଜ୍ରିଓ୍ବାଲଙ୍କ ପରାମର୍ଶ।

 

୧୬-UPSC ସିଭିଲ୍ ସେବା ପରୀକ୍ଷା ପାଇଁ ବଦଳିଲା ଆବେଦନ ନିୟମ, ଏବେ ପ୍ରଥମେ ଦାଖଲ କରିବାକୁ ପଡ଼ିବ ଦସ୍ତାବିଜ।

 

୧୭-ଓଡ଼ିଶା-ଛତିଶଗଡ଼ ସୀମାରେ ମିଳିଲା ୧୨ ମାଓବାଦୀଙ୍କ ପରିଚୟ, ମୃତକଙ୍କ ମଧ୍ୟରେ କଟକ ଯୁବକ, ୧୮ ଲକ୍ଷ ଟଙ୍କା ଥିଲା ପୁରସ୍କାର।

 

୧୮-ଅଭିନେତା ଶ୍ରେୟସ ତଲପଡେ ଓ ଆଲୋକ ନାଥଙ୍କ ବିରୋଧରେ ଠକେଇ ମାମଲା ରୁଜୁ।

 

୧୯-ବିରେନ୍ଦ୍ର ସେହୱାଗ, ନିଜର ପତ୍ନୀ ଆରତୀ ଅହଲାୱତଙ୍କ ଠାରୁ ବିବାହର ୨୦ ବର୍ଷ ପରେ ଅଲଗା ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି ।

 

୨୦-ବ୍ରିଟେନରେ ସିନେମା ଏମରଜେନ୍ସିକୁ ଜୋରଦାର ବିରୋଧ । ଥିଏଟରରେ ପଶି କଲେ ସିନେମା ବନ୍ଦ, ଦର୍ଶକଙ୍କୁ ଧମକ ଦେଲେ ଖଲିସ୍ତାନୀ ସମର୍ଥକ।

 

୨୧-ଫେବୃଆରୀ ୫ରେ ପ୍ରୟାଗରାଜ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ । ତ୍ରିବେଣୀ ସଂଗମରେ ବୁଡ ପକାଇବା ସହ ସାଧୁସନ୍ଥଙ୍କୁ ଭେଟିପାରନ୍ତି ମୋଦୀ।

 

୨୨-ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ

ଓହରି ଯିବାକୁ ଚାହୁଁଥିବା ଘୋଷଣା ପାଇଁ ଆମେରିକାକୁ ପୁନର୍ବିଚାର କରିବାକୁ ଆହ୍ୱାନ ଦିଆଯାଇଛି।

 

*🙏 ସୁପ୍ରଭାତ 🙏*