May 11, 2026

ଉମରକୋଟ ଠାରେ ୭୬ତମ ସାଧାରତନ୍ତ୍ର ଦିବସ ଉପଲକ୍ଷେ ଏକ ବନ୍ଧୁତ୍ୱ ମ୍ୟାଚ……….

IMG-20250125-WA0018
Share

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ଚଳିତ ମାସ ୨୬ତାରିଖ ରେ ପାଳନ ହେଉଥିବା ୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଡିଏନକେ ସ୍ଥିତ ପେରେଡ ପଡିଆ ଠାରେ ଏକ ବନ୍ଧୁତ୍ୱ କ୍ରିକେଟ ମ୍ୟାଚ ର ଆୟୋଜନ କରାଯାଇଥିଲା!ଏହି ମ୍ୟାଚ ଟି ଉମରକୋଟ ତହସିଲ ଏକାଦଶ ଓ ଓକିଲ ଏକାଦଶ ମଧ୍ୟରେ ଖେଳା ଯାଇଥିଲା!ଉକ୍ତ ମ୍ୟାଚ ଟି ୧୫ଓଭର ଲେଖାଏଁ ଖେଳାଯାଇଥିଲା!ପ୍ରଥମେ ଓକିଲ ଏକାଦଶ ଟସ ଜିତି ବେଟିଂ କରି ନିର୍ଦ୍ଧାରିତ ୧୫ଓଭର ଖେଳି ୭ୱିକେଟ ହରାଇ ୧୨୨ରନ ଜରିଥିଲେ, ଜବାବରେ ତହସିଲ ଏକାଦଶ ୧୨ଓଭର ଖେଳି ୪ୱିକେଟ ହରାଇ ୧୨୪ରନ କରି ବିଜୟୀ ହୋଇଥିଲେ!ତହସିଲଦାର ମେଗବାନ ବାଗ ମ୍ୟାଚ ର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଥିଲେ!ସାଧାରଣତନ୍ତ୍ର ଦିବସ ଅର୍ଥାତ ୨୬ତାରିଖ ଦିନ ମ୍ୟାଚ ର ବିଜେତା, ଉପବିଜେତା ଓ ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରାଯିବ। ଏହି ବନ୍ଧୁତ୍ୱ ମ୍ୟାଚ ଟିକୁ ସତ୍ୟ ନାରାୟଣ ଦାସ ଓ ସୁନୀଲ ଜେନା ପରିଚାଳନା କରିଥିଲେ।