ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ସ୍ଥାନୀୟ ନିୟୁ ଏରା ପବ୍ଲିକ ସ୍କୁଲ ପରିସରରେ ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଡ ବୃଷକେତୁ ଦାଶ ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସଭାପତି କାଳୀ ଚରଣ ଦାଶ, ମୁଖ୍ୟବକ୍ତା ଭାବେ ବୁଗୁଡ଼ା ମିଡ଼ିଆ କ୍ଳବ୍ ସଭାପତି ଅନୀଲ ପଟ୍ଟନାୟକ ଯୋଗଦେଇ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଉଭୟ ମହାପୁରୁଷ ଙ୍କ ଜୀବନୀ ତଥା ଦେଶପ୍ରେମ ର ମହତ୍ତ୍ଵ ଉପରେ ଉଦବୋଧନ ଦେଇଥିଲେ। ବିଦ୍ୟାଳୟର ସ୍କାଉଟ ମାଷ୍ଟର ବୈଷ୍ଣବ ଚରଣ ଦାଶ ସଂଯୋଜନା କରିଥିବା ବେଳେ ସୀମାଞ୍ଚଳ ଦାଶ ଅତିଥି ପରିଚୟ ଓ ଉପାଧ୍ୟକ୍ଷ ଅନିରୁଦ୍ଧ ଗୌଡ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଉତ୍କଳମଣି ସ୍କାଉଟ୍ ଟ୍ରୁପ୍ ର ଛାତ୍ର ଛାତ୍ରୀ ମାନେ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଶପଥ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ନାରାୟଣ ସେଠୀ, ସୋନମ୍ ଦାଶ, କବିତା ସେଠୀ, ସୁନୀତା ପଟ୍ଟନାୟକ, ରୋଜାଲିନ ପଟ୍ଟନାୟକ, ଜ୍ୟୋତ୍ସ୍ନା ମହାରଣା, ଅଦିତି ପୋଲାଇ, ଶୁଭଶ୍ରୀ ଜେନା, ନିବେଦିତା ମିଶ୍ର, ରମାଦେବୀ ତ୍ରିପାଠୀ, ବର୍ଷାରାଣୀ ପଣ୍ଡା, ଶିବାନୀ ସେଠୀ, ଶିଳ୍ପା ମହାନ୍ତି, ସ୍ୱପ୍ନା ରାଣୀ ବେହେରା, ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସୁଦୀପ୍ତା କୁମାରୀ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।