May 20, 2025

ଭୁବନେଶ୍ୱର ଲୋହିଆ ଏକାଡେମୀ ଠାରେ ଉପାନ୍ତ ଖବରର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

Share

ଭୁବନେଶ୍ୱର ,
ଗଣମାଧ୍ୟମର ନିର୍ଭିକ ବାର୍ତ୍ତାବାହକ ଦାୟିତ୍ୱ ବହନ କରି ଆସିଥିବା ଉପାନ୍ତ ଖବର ପାକ୍ଷିକ ପତ୍ରିକା ତାର ୪ ର୍ଥ ବାର୍ଷିକ ସ୍ଵ ନକ୍ଷତ୍ର ଉତ୍ସବ ପାଳନ କରିପାରିଛି l ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ୟୁନିଟ ୯ ସ୍ଥିତ ଲୋହିଆ ଏକାଡେମୀ ର ସଭାଗୃହରେ ଏକ ସଭାର ଆୟୋଜନ କରାଯାଇଥିଲା l ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୋହନା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ,ସମ୍ମାନିତ ଅତିଥି ଥିଲେ ପାରଳାଖେମୁଣ୍ଡି ର ବିଧାୟକ ଇଂ. ରୁପେଶ କୁମାର ପାଣିଗ୍ରାହୀ,ଭାରତର ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା ପ୍ରେମ ର ସଭାପତି ତଥା ବିଶିଷ୍ଟ ସମାଜସେବୀ ଡ଼.ଜାକୋବ ଥ୍ରୁଣ୍ଡିଲ,ଗଜପତିର ଜିଲ୍ଲା ପରିଷଦ ଅଧ୍ୟକ୍ଷ
ଜି. ତିରୁପତି ରାଓ,ମୁଖ୍ୟ ବକ୍ତାଭାବେ ଉପସ୍ଥିତ ଥିଲେ ଓଡ଼ିଶାର କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରବି ରଥ, ଅନ୍ୟତମ ଅତିଥିଙ୍କ ମଧ୍ୟରେ ଗଜପତିର ଜଳସେଚନ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ
ଇଂ. ନଗେନ୍ଦ୍ର ନାଥ ମହାରଣା,ଚଳଚିତ୍ର ଜଗତର ହାସ୍ୟାଭିନେତା ପପୁ ପମପମ,
ଇଂ. ସଂଜୀବ କୁମାର
ଦାସ ଶର୍ମା,ସମାଜସେବୀ ପରମେଶ୍ୱର ଦାଶ ,ରାଜ୍ୟ କଂଗ୍ରେସ କୃଷକ ସେଲ ସଭାପତି ଅମୀୟ କୁମାର ପଟ୍ଟନାୟକ,ଜଗବନ୍ଧୁ ଦାସ ପ୍ରମୁଖ ଯୋଗ ଦେଇ ଥିବାର ଦେଖିବାକୁ ମିଳିଥିଲା l ଉପାନ୍ତ ଖବର ପରିଚାଳନା କମିଟି ର ମୁଖ୍ୟ ଲମ୍ବୋଦର ସାହୁ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକୀୟ ପାଠ କରିଥିଲେ ଉପାନ୍ତ ଖବର ର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଗଣେଷ ଚନ୍ଦ୍ର ବିଶୋଇ l ସଭାମଞ୍ଚ କୁ ସଂଯୋଜନା କରିଥିଲେ ସମାଜସେବୀ ତଥା ବରିଷ୍ଠ ପରିବେଶବିତ ଶୋଭାକର ବେହେରା l ଆମନ୍ତ୍ରିତ ଅତିଥି ମାନେ ସମ୍ବାଦ ଓ ସାମ୍ବାଦିକତା ର ସତ୍ୟତା ଏବଂ ନିରପେକ୍ଷତା ଉପରେ ଆଲୋକପାତ କରିବା ସହିତ ନିର୍ଭିକ ଖବର ପରିବେଷଣ ପାଇଁ ଆହ୍ୱାନ ଦେଇଥିଲେ l ଏହି ପରିପ୍ରେକ୍ଷୀରେ ବିଭିନ୍ନ ଜିଲ୍ଲାର ପ୍ରତିନିଧି, ବ୍ଲକ ପ୍ରତିନିଧି, କବି, ଲେଖକ, ସାହିତ୍ୟିକ ମାନଙ୍କୁ ପୁଷ୍ପଗୁଛ, ଉପଢୌକନ, ମାନପତ୍ର ଏବଂ ଟ୍ରଫି ପ୍ରଦାନ ପୂର୍ବକ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ଉପାନ୍ତ ଖବର ର ପରିଚାଳନା ସମ୍ପାଦକ ଶ୍ରୀଯୁକ୍ତ ଅଜିତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ଉପସ୍ଥିତ ଅତିଥି ମାନେ ଦୁର୍ଗମ ଗଜପତି ଜିଲ୍ଳା ରୁ ପ୍ରକାଶ ପାଉ ଥିବାରୁ ପତ୍ରିକାର କଳେବର ଦେଖି ସନ୍ତୋଷ ପ୍ରକାଶ କରିବା ସହ ତାହାର ଉନ୍ନତି କାମନା କରିଥିଲେ।

ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର….