September 25, 2026

କ୍ଲଷ୍ଟର ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗୀତା

IMG-20250121-WA0005
Share

 

ତିର୍ତ୍ତୋଲ

 

ଶିକ୍ଷାନୀତିର ପରିବର୍ତ୍ତନ ଓ ଶିକ୍ଷାର୍ଥୀ ମାନଙ୍କର ବିଭିନ୍ନ ଦକ୍ଷତା କୁ ସ୍କୁଲ ସ୍ତରରୁ ବୃଦ୍ଧି କରାଇ ବିକଶିତ ପଥରେ ଅଗ୍ରସର କରାଇବାକୁ ବହୁ ଚେଷ୍ଟା ଆପଣେଇ ଥିବା ଶିକ୍ଷା ବିଭାଗ ତରଫରୁ ପ୍ରତି ସ୍କୁଲ ରେ ଆୟୋଜନ କରାଯାଉଛି, ଦକ୍ଷତା ପ୍ରତିପାଦନ ପ୍ରତିଯୋଗିତା l ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଶିକ୍ଷାମଣ୍ଡଳ ନିକଟସ୍ଥ ଆଖଣ୍ଡଳ ସରକାରୀ ଉପ୍ରା ବିଦ୍ୟାଳୟ କ୍ଲଷ୍ଟର ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ରୁ ପ୍ରାୟ 50 ରୁ ଅଧିକ ଛାତ୍ରଛାତ୍ରୀ ମାନେ ନିଜନିଜର ଦକ୍ଷତା ପ୍ରତିପାଦନ ପାଇଁ,ଏଥିରେ ଭାଗ ନେଇଥିଲେ । ସି.ଆର.ସି.ସି. ଦୀପକ କୁମାର ମହାନ୍ତି ଓ ତିର୍ତ୍ତୋଲ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀଙ୍କ ତତ୍ତ୍ଵାବଧାନରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବା ବେଳେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କ୍ଷେତ୍ରରେ ସକ୍ରିୟ ସାହାଯ୍ୟ କରିଛନ୍ତି, ସି.ଆର.ସି.ସି. ରଶ୍ମୀ ରଞ୍ଜନ ନାୟକ ଙ୍କ ସମେତ ବାଳିକା ଉଚ୍ଚ ବିଦ୍ୟାଳୟ,ଏମ. ଏସ.ଏକାଡେମୀ,ଓ ଖଣ୍ଡସାହି ଉପ୍ରା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ । ବିଭିନ୍ନ ପ୍ରତିଯୋଗୀତା ରେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଆସନ୍ତା କାଲି ବ୍ଲକ୍ ସ୍ତରୀୟ ପ୍ରତିଯୋଗିତା ରେ ଭାଗନେବା ପାଇଁ ଚୟନ କରାଯାଇ ଥିବାର ଦୀପକ କୁମାର ମହାନ୍ତି ସୂଚନା ପ୍ରଦାନ କରିଥିଲେ l

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର.   l