May 11, 2026

୧୯୮୯ ଗ୍ରାଜୁଏସନ ବ୍ୟାଚ ର ବନ୍ଧୁ ମିଳନ 

IMG-20250121-WA0000
Share

ତିର୍ତ୍ତୋଲ ::-ହସଖୁସିର ମାହୋଲ ରେ ପାଳିତ ହେଲା ବନ୍ଧୁ ମିଳନ ୨୦୨୫ !କେବେ ସାଥିହୋଇ କଲେଜ ଜୀବନରେ ଥଟ୍ଟା ମଜା ରଙ୍ଗ ରହସ୍ୟ ମଧ୍ୟରେ ସମୟ ଅତିବାହିତ ହୋଇଥିଲା ! ଅବା କେବେ ସାଙ୍ଗ ସାଥି ଙ୍କ ମଧ୍ୟରେ ମିଛିମିଛିକା ମାନ ଅଭିମାନ ଆଉ ଭଲ ପାଇବାର ଅଭୁଲା ସ୍ମୃତିର ଝଲକ !ସନ୍ତୁଳିତ ହୃଦୟରେ ବର୍ଷକୁ ଥରେ ଚାହିଁ ରହୁଥିବା ୧୯୮୯ ମସିହା ଗ୍ରାଜୁଏଟ ସହପାଠୀ ମାନେ ମିଳନ ପାଇଁ ଉତ୍ସାହ ଉଦ୍ଦୀପନାରେ ବିଭୋର ହୋଇ ପରିକଳ୍ପନା କରନ୍ତି ବନ୍ଧୁମିଳନ ୨୦୨୫ !ତିର୍ତ୍ତୋଲ ରୁ କଟକ ଜିଲ୍ଲାର ନରାଜ ନିକଟସ୍ଥ ବ୍ରଜବିହାରୀପୁର ଆଇ.ଭି. ମିଳନ ର ସ୍ଥଳ ଥିବାବେଳେ ୫୦ ରୁ ଉର୍ଦ୍ଧ ସହପାଠୀ ନୃତ୍ୟଗୀତରେ ବିମୋହିତ ହୋଇ ପଡ଼ିଥିଲେ !ଏହି ସବୁର ପ୍ରସ୍ତୁତିରେ ମୁଖ୍ୟ ଭୂମିକା ବହନ କରିଥିଲେ ଆଇନୀଜୀଵି ପଙ୍କଜବାସିନୀ ମହାନ୍ତି !ଅନ୍ୟ ମାନଙ୍କ ମଧ୍ୟରେ ସୁରେଖା, ପୁପୁଲି, ବୁଢ଼ୀ, ମାମି, ଇତିଶ୍ରୀ, ଶିଲା,ସୋନୁ, ବିନି, ଜୋଛନୀ, ଉର୍ମି, ଛବି, ପଗୁଲି, ପ୍ରତିଭା,ବିଭାରାଣୀ, ଗୁଣମଞ୍ଜରୀ, ଫିନୁ,ସୂର୍ଯ୍ୟ, ବିଭୂନା, ଲିଟୁଆ, ପଠାଣି, ରମେଶ, ସୁଧାକର, ପ୍ରତାପ, ରୁନିଆ ନନା, ସନ୍ତୋଷ, ଶରତ,ପିପୁନା, ବିଜୟ, ନରେଶ, କୁଇନା, କବିତା, ନିବା, ଡଲି ସୁପ୍ରଭା, ଚାଇନା ଏବଂ କଳ୍ପନା !ବର୍ଷକର ବନ୍ଧୁ ମିଳନ ଭାବନା ସାର୍ଥକ ହୋଇଥିବାରୁ ପ୍ରତ୍ୟେକ ସହପାଠୀ ପରସ୍ପରକୁ ସୁଭେତ୍ସା ଜଣାଇ ଆଗାମୀ ବର୍ଷ ନିମନ୍ତେ ନୂଆ ରୂପରେ ଏହି ମିଳନ ପର୍ବକୁ ପାଳନ କରିବାକୁ ପ୍ରସ୍ତାବ ରଖିଥିବାର ଆଇନୀଜୀଵି ମହାନ୍ତି ଘୋଷଣା କରିଥିଲେ !!

 

ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଓଡିଶା !!