May 21, 2025

ଶନିବାର ଦିନ ୟୃଥ ହଷ୍ଟେଲ ପୁରୀ ଠାରେ ନେହରୁ ଯୁବ କେନ୍ଦ୍ର, ପୁରୀ ଠାରେ ରାଷ୍ଟ୍ରୀୟ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଅଛି

Share

   ପୁରୀ ତା18-01-25ରିଖ ଶନିବାର ଦିନ ୟୃଥ ହଷ୍ଟେଲ ପୁରୀ ଠାରେ ନେହରୁ ଯୁବ କେନ୍ଦ୍ର, ପୁରୀ ଠାରେ ରାଷ୍ଟ୍ରୀୟ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଅଛି । ପୁରୀ ଜିଲାର 11ଟି ବ୍ଲକରୁ 25 ଜଣ ସ୍ବେଚ୍ଛାସେବୀ ଯୋଗଦାନ କରିଥିଲେ ଏହି ଶିବିର କୁ ଜିଲା ପରିବହନ ଅଧିକାରୀ ଆନୁଷ୍ଠାନିକ ଭାବେ ଜଗନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ ।ନେହେରୁ ଯୁବ କେନ୍ଦ୍ର ପୁରୀ ର ଏ ପି ଓ ଶ୍ରୀ ଅଶୋକ କୁମାର ବେହେରା ସମସ୍ତ ଙ୍କୁ ସ୍ବାଗତ କରିଥିଲେ ଏବଂ ଆଜିର କାର୍ଯ୍ୟକ୍ରମ ବିଷୟ ରେ ସୁଚନା ପ୍ରଦାନ କରିଥିଲେ । ମଞ୍ଚାସୀନ ଅତିଥିଭାବେ ଶ୍ରୀ ରବିନ ପଟ୍ଟନାୟକ ଓ ଏସ ଡି ଜିଲା ପରିବହନ ଅଧିକାରୀ,ପୁରୀ , ଶ୍ରୀ ସୁକାନ୍ତ କୁମାର ମହାନ୍ତି ଅବସରପ୍ରାପ୍ତ ଅଧ୍ୟାପକ, ମଧୁସୂଦନ ମିଶ୍ର ସାମାଜିକ କର୍ମୀ ତଥା ସାମ୍ବାଦିକ, ଭାସ୍କର ଚନ୍ଦ୍ର ପୂଜାରୀ ସାଧାରଣ ସଂପାଦକ ମାର୍ସ ଓଡ଼ିଶା ର ଯୋଗଦାନ କରି ଶିବିରାର୍ଥୀ ମାନଙ୍କୁ ସଡକ ସୁରକ୍ଷା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।ଆସନ୍ତାକାଲି ଠାରୁ ପୁରୀର ବିଭିନ୍ନ ସ୍ଥାନ ରେ ପୁରୀ ସହର ରେ ବିଭିନ୍ନ ଟ୍ରାଫିକ ରେ ଉପସ୍ଥିତ ହୋଇ ଟ୍ରାଫିକ ନିୟନ୍ତ୍ରଣ ରେ 5ଦିନ ପାଇଁ ଏହି ସ୍ବେଚ୍ଛାସେବୀ ମାନେ କାର୍ଯ୍ୟକ୍ରମ କରିବେ । ଏହି କାର୍ଯ୍ୟକ୍ରମ କୁ ପଞ୍ଚାନନ ପଲାଇ, ବାସୁ, ଆଲୋକ,ରାକେଶ ଓ କୃଷ୍ଣ ପରିଚାଳନା କରିଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l