May 11, 2026

ଆଜି ସିଙ୍ଗାପୁର ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ଥରମନ ଶନମୁଗାରତ୍ନମ୍ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,

IMG-20250118-WA0019
Share

     ଆଜି ସିଙ୍ଗାପୁର ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ଥରମନ ଶନମୁଗାରତ୍ନମ୍ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନ ଏବଂ ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ସ୍ଵାଇଁଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ସିଙ୍ଗାପୁରର ଦୁଇଟି ପ୍ରସିଦ୍ଧ କମ୍ପାନୀ ସେମ୍ବକର୍ପ ଏବଂ ସୁରବାନା ଜୁରଙ୍ଗ ସହିତ ତିନୋଟି ଭିନ୍ନ ବୁଝାମଣାପତ୍ର ସ୍ୱାକ୍ଷର କରିଛି।

ଏହି ବୁଝାମଣାପତ୍ରଗୁଡ଼ିକ ପାରାଦୀପର ଶିଳ୍ପ ପାର୍କ ଏବଂ ପେଟ୍ରୋଲିୟମ୍, ରାସାୟନିକ ଏବଂ ପେଟ୍ରୋକେମିକାଲ୍ ନିବେଶ କ୍ଷେତ୍ର (PCPIR), ବିକାଶକୁ ଚାଳିତ କରିବା ସହିତ ରାଜ୍ୟରେ ଏକ ସବୁଜ ହାଇଡ୍ରୋଜେନ୍ କରିଡର ପ୍ରତିଷ୍ଠାର ନେତୃତ୍ୱ ନେବାର ଲକ୍ଷ୍ୟ ରଖିଛି, ଯାହା ଓଡ଼ିଶାରେ ସ୍ଥାୟୀ ଶିଳ୍ପ ଅଭିବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।