ସହାୟକ ବନ ସଂରକ୍ଷକଙ୍କ ଜଙ୍ଗଲ ପରିଦର୍ଶନ ଓ ଗୁରୁତ୍ୱପୂର୍ଣ୍ଣ ବୈଠକ.

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଢ଼ାମଣା ହାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଭୁର୍ସି ଗ୍ରାମ୍ୟ ଜଙ୍ଗଲ ପରିଦର୍ଶନ କରିଛନ୍ତି ସହାୟକ ବନ ସଂରକ୍ଷକ ଅମିତ କୁମାର ନାୟକ. ପ୍ରତି ବର୍ଷ ଜଙ୍ଗଲ ପାତାଳି କରଣ ସମୟ ରେ କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଉଦେଶ୍ୟ ମୂଳକ ଭାବରେ ମିଥ୍ୟା ଅଭିଯୋଗ କରି ଆସୁଛନ୍ତି. ତେଣୁ ଭୁର୍ସି ଗୋଷ୍ଟି କେନ୍ଦ୍ର ରେ ଏକ ବୈଠକ ମଧ୍ୟ ସତାଧିକ ମହିଳା ଓ ପୁରୁଷ ଙ୍କ ଉପସ୍ଥିତ ରେ ଆଜି ଅନୁଷ୍ଠିତ ହୋଇଯାଇଛି. ଅଭିଯୋଗ କାରି ଓ ଗ୍ରାମ ବାସୀ ଉପସ୍ଥିତ ଥିଲେ.କିନ୍ତୁ ଗ୍ରାମ୍ୟ ବୈଠକ ଖାତା ରେ ସମସ୍ତ ଗ୍ରାମବାସୀ ଦସ୍ତଖତ କରିଥିବା ବେଳେ ଅଭିଯୋଗ କାରି ମାନେ ଦସ୍ତଖତ କରି ନ ଥିବାର ଜଣା ଯାଇଛି.ସୂଚନା ଅନୁଯାଇ ବନ ବିଭାଗ ପକ୍ଷରୁ ବାଲଢ଼ିଲ ବୃକ୍ଷ ରୋପଣ କୁ କ୍ଷତି କରି ଗାଁ ର ଉନ୍ନତି ମୂଳକ କାମ ରେ ସହଯୋଗ ନ କରିବା ଏବଂ ପ୍ରତି ବର୍ଷ ଏହି ଜଙ୍ଗଲ ପାତାଳି କରଣ ସମୟ ରେ ଅଭିଯୋଗ କରିବା ହେଉଛି ଏହି ଅସାଧୁ ବ୍ୟକ୍ତି ଙ୍କ ର କାମ. ମନ୍ଦିର କାମ ରେ ମଧ୍ୟ ୱାର୍ଡ ସଭ୍ୟ ଙ୍କୁ ଧମକ ଚମକ ଦେଇ ବାଧା ସୃଷ୍ଟି କରୁଥିବାର ମଧ୍ୟ ଗ୍ରାମବାସୀ ବୈଠକ ରେ ପ୍ରକାଶ କରିଥିବାର ଜଣା ଯାଇଛି. ତେଣୁ ପୋଷଠି ବର୍ଷ ହେବ ଗ୍ରାମ ବାସୀ ପାତାଳି କରଣ କରି ଶହେ ପଇଁ ତିରିଶ ପରିବାର ଗାଁ ର ଜାନି ଯାତ୍ରା. ଜଙ୍ଗଲ ଜଗୁଆଳି ଙ୍କୁ ଦରମା ଠାରୁ ଆରମ୍ଭ କରି ମନ୍ଦିର ପୂଜା ପାର୍ବଣ ସହ ଉନ୍ନୟନ କାମ କରି ଆସୁ ଅଛୁ. ଆଠ ବର୍ଷ ହେବ କେତକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଙ୍କ ହସ୍ତ କ୍ଷେପ ଯୋଗୁଁ ପ୍ରତି ବର୍ଷ ସମସ୍ୟା ହେଉଛି ବୋଲି ଗ୍ରାମ ବାସୀ ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରି ଥିବା ଜଣା ଯାଇଛି. ଅନ୍ୟ ମାନଙ୍କ ମଧ୍ୟ ରେ ରେଞ୍ଜର ମିହିର କାନ୍ତ ପ୍ରଧାନ.ସମାଜ ସେବି ବାପୁନ ତ୍ରିପାଠୀ. ବନ ରଖି ଜୟଶ୍ରୀ ସାହୁ. ପରା ଷ୍ଟାଫ ସଙ୍କର ଗନ୍ତାୟତ. ନୀଳ ଭତରା. ମହନ ହରିଜନ. ରାଜସ୍ୱ ନିରକ୍ଷକ ସଙ୍କର ଭତରା. ସ୍ଵଛସେବୀ ସଂଗଠନ ପକ୍ଷ ରୁ ସୁଶାନ୍ତ ମହାପାତ୍ର. ଉମେଶ ନାୟିକ. ଏବଂ ଘାସି ରାମ ହରିଜନ. ସନପତି ମାଝୀ. ଲଇ ଖନ ହରିଜନ ଙ୍କ ସମେତ ବହୁ ମହିଳା ଓ ପୁରୁଷ ଗ୍ରାମ ବାସୀ ଉପସ୍ଥିତ ଥିବାର ଜଣା ଯାଇଛି.କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା