May 20, 2025

ବିପିନବିହାରି ସୁନ୍ଦରାୟ ୮ମ ମମେମୋରିଆଲ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ।

Share

ବେଗୁନିଆ,(ଉପାନ୍ତ ଖବର): ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ମାଣତିର ଗ୍ରାମର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ରାମଚଣ୍ଡୀ କ୍ରିକେଟ ଟିମ ର ଅନୀଲ କୁମାର ରାଉତରାୟ ଏବଂ ସୂର୍ଯ୍ୟକାନ୍ତ ଜୁଝାରସିଂହଙ୍କ ନେତୃତ୍ୱରେ ୭ ଦିନ ବ୍ୟାପି ଚାଲିଥିବା ବିପିନବିହାରି ସୁନ୍ଦରାୟ ୮ମ (ଅଷ୍ଟମ) ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ତମାଣ୍ଡୋ ଟିମ୍ ଯାଆଁଳା ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂକରିଥିଲା। ୨୦ ଓଭରରେ ତମାଣ୍ଡୋ ୬ ଉଇକେଟ ବିନିମୟରେ ୨୩୭ ରନ ସଂଗ୍ରହ କରିଥିବାବେଳେ ଯାଆଁଳା ୬ ଉଇକେଟ ବିନିମୟରେ ୨୩୮ ରନ କରି ତମାଣ୍ଡୋ ଠାରୁ ଜିତିଥିଲା । ସ୍କୋରର ସମୀର ସୁନ୍ଦରାୟ , ମାନସ ବଡ଼ଜେନା , ମାନସ ମହାପାତ୍ର ଖେଳ ପରିଚାଳନା କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଅଭିଷେକ ପଟନାୟକ ବିବେଚିତ ହୋଇଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଅତିଥି ଭାବେ ପ୍ରକାଶ ଚନ୍ଦ୍ର ବିଜୁଳି , ସମାଜସେବୀ ଶିବ ନାରାୟଣ ମିଶ୍ର , ଦିଲ୍ଲୀପ ଶ୍ରୀଚନ୍ଦନ , ମନୋରଞ୍ଜନ ବାରିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଜୟୀ ଦଳକୁ ୧୦ ହଜାର ଏବଂ ପରାଜିତ ଦଳକୁ ୬ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

 

ରିପୋର୍ଟ-ମାନସ ରଂଜନ କର।