May 14, 2026

ପାରିବାରିକ କଳହ ରୁ ହତ୍ୟାକାଣ୍ଡ,..

IMG-20250105-WA0008
Share

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଘଟଣା ରୁ ପ୍ରକାଶ ସ୍ତ୍ରୀ କୁ ହତ୍ୟା କଲା ସ୍ଵାମୀ। ଅଡବା ଥାନା ଅନ୍ତର୍ଗତ କାଲେମା ଗାଁ ନିକଟସ୍ଥ ଡଙ୍ଗର ମଧ୍ୟରେ ପ୍ରଥମ ସ୍ତ୍ରୀ ଲକ୍ଷ୍ୟ ହୀରାରାଣୀ ନାୟକ ଙ୍କୁ ପଥର ରେ ଛେଚି ହତ୍ୟା କରିଛି ସ୍ଵାମୀ ଧର୍ମେନ୍ଦ୍ର ନାୟକ । ଅତି ନିର୍ମମ ଭାବରେ ଗଞେଇ ବାଡ଼ରେ ଘୋଷାଡ଼ି ଘୋଷାଡ଼ି ନେ଼ଇ ଏକ ନାଳ ନିକଟରେ ପଥର ରେ ଛେଚି ହତ୍ୟା କରିଛି ସ୍ଵାମୀ।ଘଟଣା ସ୍ଥଳରେ ଅଡବା ପୋଲିସ ପହଞ୍ଚି ଘଟଣା ର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି। ସ୍ବାମୀ ବର୍ତ୍ତମାନ ଫେରାର ଥିବା ଜଣାପଡିଛି।