January 8, 2025

‘ପୁସ୍ତକ ଆମ ଜୀବନ, ମୂଲ୍ୟବାନ ଶିକ୍ଷା ସମାଜ ବଦଳେଇ ପାରିବ’

Share

ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ଆନୁକୂଲ୍ୟରେ ତଥା ଓଡ଼ିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘ ଏବଂ ଜିଲ୍ଲା ସଂସ୍କୃତି ପରିଷଦ, ପୁରୀଙ୍କ ମିଳିତ ସହଯୋଗରେ ୨୯ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା:୨୦୨୫ ଆଜି ସନ୍ଧ୍ୟାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବରିଷ୍ଠ ସେବାୟତ ମାନନୀୟ ଶ୍ରୀଯୁକ୍ତ ମଧୁସୂଦନ ସିଂହାରୀ ମୁଖ୍ୟ ଅତିଥି, କିଟସ୍ ବିଶ୍ୱବିଦ୍ୟାଳୟର ସହପ୍ରତିଷ୍ଠାତା ମାନନୀୟ ଶ୍ରୀଯୁକ୍ତ (ଡ) ଚିତ୍ତରଞ୍ଜନ ମିଶ୍ର ବିଶିଷ୍ଟ ଅତିଥି ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ଵେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୁସ୍ତକ ମେଳାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ବହି ବିଚିତ୍ରା’, ପ୍ରଧ୍ୟାପକ ବାସନ୍ତୀ ମିଶ୍ରଙ୍କ ରଚିତ ପୁସ୍ତକ ‘ପଞ୍ଚସଖା ସାହିତ୍ୟରେ ଶ୍ରୀଜଗନ୍ନାଥ’ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ରଘୁନାଥ ମହାପାତ୍ର, ପ୍ରତିମା ମିଶ୍ର, ଶ୍ରୀନିବାସ ଆଚାର୍ଯ୍ୟ, ପୁଷ୍କର ମହାପାତ୍ର, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ସୁରେନ୍ଦ୍ର କୁମାର ମିଶ୍ର, ଭାସ୍କର ମିଶ୍ର, ବଦ୍ରି ମିଶ୍ର, କାର୍ଯ୍ୟକାରୀ ସଭାପତି ଅନାମ ଚନ୍ଦ୍ର ସାହୁ, ଉପସଭାପତି ରାଜକିଶୋର ମିଶ୍ର ଏବଂ ଜଟାଧାରୀ ମିଶ୍ର, ସଂଗଠନ ସଂପାଦକ ପ୍ରସନ୍ନ କୁମାର ମିଶ୍ର, କାର୍ଯ୍ୟାଳୟ ସଂପାଦକ ସ୍ୱାଧୀନ କୁମାର ପଣ୍ଡା, କାର୍ଯ୍ୟକାରୀ ସଭ୍ୟ ଶ୍ରୀକାନ୍ତ ମହାଂତି, ରଘୁନାଥ ମିଶ୍ର, ସୁକାନ୍ତ ପଣ୍ଡା, ବିପିନ ବିହାରୀ ଦଳାଇ, ବୀରେନ୍ଦ୍ର ମହାନ୍ତି, ନାରାୟଣ ନନ୍ଦ, ବିଭୁପ୍ରସାଦ ତ୍ରିପାଠୀ, ଶିବ ସୁନ୍ଦର ମିଶ୍ର,ଶ୍ୟାମପ୍ରକାଶ ସେନାପତି ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଅନୁଷ୍ଠାନର ସଭାପତି ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ଉତ୍ସବରେ ସଭାପତିତ୍ବ କରିଥିଲା ବେଳେ ସାଧାରଣ ସଂପାଦକ ଚକ୍ରଧର ମହାପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ। ଓଡିଶା ସଂଗୀତ ପରିଷଦର କଳାକାର ମାନେ ଗୁରୁ ଉର୍ମିଳା ପ୍ରଧାନଙ୍କ ନିର୍ଦ୍ଦେଶନା ଓ ମାଧବ ଶ୍ରୀନନ୍ଦନଙ୍କ ପରିଚାଳନାରେ ବୃନ୍ଦଗାନ ପରିବେଷଣ କରିଥିଲେ। ଏହି ପୁସ୍ତକ ମେଳା ପ୍ରତ୍ୟହ ଅପରାହ୍ଣ ୨ଟାରୁ ରାତ୍ରି ୯ଟା ପର୍ଯ୍ୟନ୍ତ ଆସନ୍ତା ୧୨ ତାରିଖ ଯାଏଁ ଖୋଲା ରହିବ । ମେଳାରେ ଚଳିତ ବର୍ଷ ୬୦ଟି ପ୍ରକାଶନ ସଂସ୍ଥା ୧୨୦ ଗୋଟି ଷ୍ଟଲ ଖୋଲାଯାଇଛି। ନୂଆ ବହିକୁ ଦେଖିବା, ଛୁଇଁବା ଏବଂ କିଣିବାର ଏ ପୁସ୍ତକ ପ୍ରେମୀଙ୍କ ମହଲରେ ଆନନ୍ଦ ଆଣିଦେଇଛି। ଚଳିତ ବର୍ଷ ପୁସ୍ତକ ମେଳା ପୁରସ୍କାର ପ୍ରଫେସର ବୈଷ୍ଣବ ଚରଣ ସାମଲ, ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, ଶଙ୍କର ତ୍ରିପାଠୀ ଏବଂ ପ୍ରଫେସର ମୃତ୍ତ୍ୟୁଞ୍ଜୟ ରଥଙ୍କୁ (ପ୍ରଫେସର ସୁନୀଲ ରଥଙ୍କ ସ୍ମୃତି ସମ୍ମାନ) ପ୍ରଦାନ କରାଯିବ । ପ୍ରାରମ୍ଭରେ ମେଳା କମିଟିର କୋଷାଧ୍ୟକ୍ଷ ପ୍ରଫେସର ସୁନୀଲ ରଥ ଏବଂ କାର୍ଯ୍ୟାଳୟ ସଂପାଦକ ଭବାନୀ ବଳିୟାର ସିଂହଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ କାର୍ଯ୍ୟକାରୀ ସଭାପତି ଅନାମ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ