January 7, 2025

ବାଲେଶ୍ୱରରେ ଅରୁଣ ଦେ ସ୍ମୃତିକମିଟି ପକ୍ଷରୁ ଅନୁଷ୍ଠିତ ହେଲା ବାର୍ଷିକ ବନ୍ଧୁମିଳନ । ସ୍ୱର୍ଗତଃ ଦାଦାଙ୍କୁ ମନେ ପକାଇଲେ ସଂଖ୍ୟାଧିକ ସାଥୀ ଓ ସମର୍ଥକ ..

Share

 

 

ବାଲେଶ୍ୱର ବରିଷ୍ଠ ରାଜନେତା ସ୍ୱର୍ଗତଃ ଅରୁଣ ଦେଙ୍କ ଅବର୍ତମାନରେ ତାଙ୍କ ମଲ୍ଲିକାଶପୁରସ୍ଥିତ ବାସଭବନ ପରିସରରେ ନୂଆବର୍ଷ ଉପଲକ୍ଷେ ପ୍ରତିବର୍ଷଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତଃ ଦେଙ୍କ ସଂଖ୍ୟାଧିକ ସାଥୀ ଓ ସମର୍ଥକମାନେ ତାଙ୍କୁ ମନେ ପକାଇ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୂର୍ବତନ ବିଧାୟକ ସୁରୂପ ଦାସ ଏଥିରେ ଯୋଗଦେଇ ସ୍ୱର୍ଗତଃ ଅରୁଣ ଦେଙ୍କ ଜୀବନ ଗରିବ, ଅସହାୟ ଏବଂ ସାଧାରଣ ମଣିଷଙ୍କ ପାଇଁ ଉତ୍ସର୍ଗୀକୃତ ଥିଲା ବୋଲି କହିଥିଲେ । ବାଲେଶ୍ୱରରୁ ପାଂଚ ଥର ବିଧାୟକ ଭାବରେ ନିର୍ବାଚିତ ହୋଇ ସ୍ୱର୍ଗତଃ ଦେ ଲୋକପ୍ରିୟତା ପ୍ରତିପାଦନ କରିଯାଇଛନ୍ତି ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ । ଅରୁଣ ଦେ ସ୍ମୃତି ପରିଷଦର କାର୍ଯ୍ୟକାରୀ ସଭାପତି ବିଷ୍ଣୁପ୍ରସାଦ ମହାନ୍ତି ଏବଂ ବରିଷ୍ଠ ଉପଦେଷ୍ଟା ରଂଜନ ବାଗ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ସ୍ମୃତିକମିଟିର ସଭାନେତ୍ରୀ ଅଧ୍ୟାପିକା ଡ. ବାସନ୍ତୀ ଦେ ଚକ୍ରବର୍ତୀ ଭିଡ଼ିଓ କନଫାରେନ୍‌ସିଂ ମାଧ୍ୟମରେ ନବବର୍ଷର ଅଭିନନ୍ଦନ ଜ୍ଞାପନ କରିଥିଲେ । ପୂର୍ବତନ ବିଧାୟକ ସୁଦର୍ଶନ ଯେନା, ବାଲେଶ୍ୱର ପୌର ଉପାଧ୍ୟକ୍ଷ କୈଳାସ ସେଠୀ, ପୂର୍ବତନ ନଗରପାଳ ତପନ ଚକ୍ରବର୍ତୀ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, କାଉନସିଲର ସନ୍ଧ୍ୟାରାଣୀ ଜେନା, ଗୋପୀନାଥ ସେନାପତି, ଅନସୂୟା ନାୟକ, ବିନୋଦ ଜୀ, ଐଶ୍ୱର୍ଯ୍ୟ ସେନାପତି, ଧିରେନ ନାୟକ, ଅଭିଜିତ ଦାସ, ଭୋଳାନାଥ ବେହେରା, ଜୟନ୍ତ ମହାପାତ୍ର, ବିଭୁଦତ ପରିଡ଼ା, ବସନ୍ତ ଦାସ, ବଂଶୀଧର ପଣ୍ଡା, ମାୟାଧର ପଣ୍ଡା, ପ୍ରଫେସର ଶତୃଘ୍ନ ମଲ୍ଲିକ, ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ଦିଲ୍ଲୀପ ସାହୁ, ମଧୁସୂଦନ ମହାପାତ୍ର, ଅଜୟ ମହାପାତ୍ର, ବିଶ୍ୱଜିତ ମହାପାତ୍ର, ରଘୁନାଥ ଲେଙ୍କା, ହେମଲତା ବେହେରା, ଦେବେନ୍ଦ୍ର ଦାସ, ରବି ରାଉତ, ଅରୁଣ ମିଶ୍ର, ରଂଜନ ଭୋଇ, ଅନୁପ ଚାଟାର୍ଜୀ, ବୁଲା ପଣ୍ଡା, ଶେଖ ସଲିମ୍ ପ୍ରମୁଖ, କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱର୍ଗତଃ ଦେଙ୍କ ସ୍ମୃତି ଚାରଣ କରିଥିଲେ ।

You may have missed