May 11, 2026

ଗଜପତି ଜିଲ୍ଲା ପାଳଙ୍କ ଅଚାନକ କାଶୀନଗର ମେଡିକାଲ ଓ ବ୍ଲକ କାର୍ଯାଳୟ ପରିଦର୍ଶନ କରିବା ସହ ଅନୁଧ୍ୟାନ କରିଥିଲେ 

IMG-20250102-WA0035
Share

 

 

 

 

କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଅଚାନକ ପରିଦର୍ଶନ କରିବା ପାଇଁ ଅପରାହ୍ନରେ ପହଞ୍ଚି ଥିଲେ. ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲାପାଳ ଆସି ସ୍ୱାସ୍ଥ୍ୟ କେନ୍ଦ୍ର ର ପରିବେଶ ଓ ଅନୁସଙ୍ଗିକ ବ୍ୟବସ୍ତା ସବୁ ଦେଖିବା ପରେ ସ୍ୱାସ୍ଥ୍ୟ କେନ୍ଦ୍ରର ଉପସ୍ଥାନ ଖାତା, ଡକ୍ଟର ମାନଙ୍କ ଯିବା ଆସିବା ସମୟ, ବିଭିନ୍ନ ରୋଗ ନିରାକରଣ ପାଇଁ ସଚେତନ କାର୍ଯ୍ୟକ୍ରମ,ସ୍ତ୍ରୀ ମନେ ପ୍ରସୂତି ପାଇଁ ଆସିବା ବେଳେ ସେମାନଙ୍କ ପାଇଁ ଥିବା ଅନୁସଙ୍ଗିକ ବ୍ୟବସ୍ଥା, ରାତ୍ରି କାଳୀନ ସେବା କରିବା ପାଇଁ ଡ୍ୟୁଟି ପ୍ରଦାନ, 108 ଆମ୍ବ୍ୟୁଲେନ୍ସ ବ୍ୟବସ୍ତା , ୟୁନିଫର୍ମ ପରିଧାନ କରି ଡ୍ୟୁଟି କରିବା ବିଷୟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼. ମହମଦ ମୁବାରକ ଅଲ୍ଲୀ ଏବଂ ମେଡିକାଲ ଅଫିସର ଡ଼.ସୋମ୍ୟ ରଞ୍ଜନଙ୍କ ଉପସ୍ଥିତିରେ ଯାଞ୍ଚ କରିଥିଲେ. ଜିଲ୍ଲାପାଳ ପ୍ରଥମେ ରୋଗୀ ମାନଙ୍କ ସେବା କୁ ପ୍ରାଧାନ୍ୟ ଦେଇ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନାକୁ ସୁଦୃଢ କରିବା ପାଇଁ ଡକ୍ଟର ମାନଙ୍କୁ କହିଥିଲେ. ଜିଲ୍ଲାପାଳ ଯିବା ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିବେଶକୁ ସବୁବେଳେ ପରିଷ୍କାର ଓ ପରଚ୍ଛନ୍ନତା ରଖିବା ପାଇଁ ନିର୍ଦେଶ ଦେଇଥିଲେ. ଏହା ପରେ କାଶୀନଗର ଜିଲାପାଳ ଶ୍ରୀ ଦାସ ପଂଚାୟତ ସମିତି କାର୍ଯାଳୟ ଗସ୍ତ କରି କାଶୀନଗର ବ୍ଲକ ମଧ୍ୟରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସବୁ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଧ୍ୟାନ କରିବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ମ୍ବୁରୁ ଧର ମଲ୍ଲିକଙ୍କୁ ଶୀଘ୍ର ସବୁ ଉନ୍ନୟନ କାମ ସାରିବାକୁ କହିଥିଲେ.ପରେ ସ୍ଥାନୀୟ ତହସିଲଦାର ସୁଧୀର କୁମାର ନନ୍ଦଙ୍କୁ ଅଦିନଆ ବର୍ଷା ଦ୍ୱାରା କ୍ଷତି ହୋଇଥିବା ଫସଲ ଓ ଚାଷୀ ମାନଙ୍କ ଇନପୁଟ ସବସିଡି ବିଷୟରେ ପଚାରି ବୁଝିଥିଲେ.