May 11, 2026

ସଡ଼କ ସୁରକ୍ଷା ସଚେତନ ରଥ ଦ୍ୱାରା ସଚେତନ ବାର୍ତ୍ତା…

IMG-20250102-WA0036
Share

କାଶୀନଗର,ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମେଇବା ପାଇଁ ଜାନୁଆରୀ ମାସ ଏକ ତାରିଖ ଠାରୁ ଆରମ୍ଭ କରି ସାତ ତାରିଖ ଯାଏଁ ରାଜ୍ୟ ସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଗଜପତି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆନୁକୂଲ୍ୟରେ କାଶୀନଗର ତଥା ଏହାର ଆଖ ପାଖ ଅଞ୍ଚଳ ଓ ମୁଖ୍ୟ ଛକ ଜାଗା ମାନଙ୍କରେ କାଶୀନଗର ଅଞ୍ଚଳବାସୀଙ୍କୁ ଯାନ ବାହାନ ଚଳା ଚଳ ବେଳେ କଣ କଣ ସତର୍କତା ଅବଲମ୍ବନ କରି ନିୟମ ସବୁ ପାଳନ କରିବା ନିମନ୍ତେ ସଡ଼କ ସୁରକ୍ଷା ସଚେତନ ରଥ ପରିଭ୍ରମଣ କରି ସଚେତନ କରିଥିଲା. ଉପସ୍ଥିତ ଥିବା ଗାଡି ଚାଳକ ମାନଙ୍କୁ ପାମ୍ପଲେଟ ବାଣ୍ଟି ସତର୍କତାର ସହିତ ନିଶା ସେବନ ନ କରି ଗାଡି ଚଲେଇବା ପାଇଁ ସଚେତନ କରାଯାଇଥିଲା . ଏହି ସଚେତନ କାର୍ଯ୍ୟକ୍ରମର ଶୀର୍ଷକ “ସର୍ବଦା ସଚେତନ ହୁଅନ୍ତୁ,”ଟ୍ରାଫିକ ନିୟମ ମାନନ୍ତୁ “,”ସଡ଼କ ସୁରକ୍ଷା, ପରିବାର ରକ୍ଷା” ଓ “ଆମେ ପରିବାର ପାଇଁ ମୂଲ୍ୟବାନ”. ସେହିପରି ରାସ୍ତାରେ ଯାତାୟାତ ନିୟମ ନିଜେ ଜାଣିବା ସହ ଅନ୍ୟକୁ ମଧ୍ୟ ଜଣାଇବା. ଗଜପତି ଜିଲ୍ଲା ଟ୍ରାଫିକ ସହ ନିରୀକ୍ଷକ ପ୍ରଜ୍ଞା ସିଂ ଓ ତାଙ୍କ ସହ କର୍ମଚାରୀଙ୍କ ଉପସ୍ଥିତିରେ କାଶୀନଗର ଠାରେ ସଚେତନ ରଥ ବୁଲି ଥିଲା.