May 11, 2026

ସରକାର ଏ ମିଲ୍ଲତ୍ ଫାଉଣ୍ଡେସନ ପକ୍ଷରୁ ହସ୍ପିଟାଲ ରେ ଫଳ ବଣ୍ଟନ

IMG-20250102-WA0031
Share

 

ବାଲେଶ୍ଵର (ଶେଖ୍ ନଜିମ୍): ସୟଦ୍ ନସିମ୍ ଅଖତର୍ କାଦ୍ରୀ ଙ୍କ ଜୟନ୍ତୀ ଅବସରରେ ସରକାର ଏ ମିଲ୍ଲତ୍ ଫାଉଣ୍ଡେସନ ପକ୍ଷରୁ ହସ୍ପିଟାଲ ରେ ଫଳ ବଣ୍ଟନ କରାଯାଇଛି। ଫାଉଣ୍ଡେସନ ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସୟଦ୍ ଜମାଲଉଦ୍ଦିନ୍ ଆବେଦୁଲ କାଦ୍ରୀ ଙ୍କ ନିର୍ଦ୍ଦେଶକ୍ରମେ କମିଟି ର ସଦସ୍ୟମାନେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୋଗୀ, ଷ୍ଟେସନ ପାର୍ଶ୍ଵରେ ଥିବା ଗରିବ ଦୁଃଖୀ ଏବଂ ମଦ୍ରାସା ରେ ପାଠ ପଢୁଥିବା ଛାତ୍ରମାନଙ୍କୁ ଫଳ ପ୍ୟାକେଟ ବଣ୍ଟନ କରିଥିଲେ। ଯୁବନେତା ବିକ୍ରମ ପଣ୍ଡା ଏବଂ ବିଜେଡି ନେତା ଭାଗବତ ସାହୁ ଅତିଥି ଭାବେ ଯୋଗଦେଇ ଫଳ ଏବଂ ଜୁସ୍ ପ୍ରଦାନ କରିଥିଲେ। ସାରା ଭାରତବର୍ଷ ରେ ଭାଇଚାରା ସଂକଟ ମଧ୍ୟରେ ଗତି କରୁଥିବା ବେଳେ ଜାନୁଆରୀ ପହିଲାରେ ବଡ଼ ସରକାର ବାବାଙ୍କ ଜୟନ୍ତୀ ଭାଇଚାରା କୁ ବଜାୟ ରଖିବା ପାଇଁ ଏକ ସେତୁ ଭଳି କାମ କରିବ । ଯାହା ବାଲେଶ୍ୱର କୁ ବହୁତ ଆବଶ୍ୟକତା ଥିଲା ବୋଲି ଯୁବନେତା ଶ୍ରୀ ପଣ୍ଡା କହିଥିଲେ। କିଛି ଦିନ ତଳେ ଯେଉଁ ସମସ୍ୟା ସୃଷ୍ଟି ହୋଇଥିଲା ଏଭଳି କାର୍ଯ୍ୟକ୍ରମ ବାଲେଶ୍ବରରେ ତାହାକୁ ଶାନ୍ତ କରିବାରେ ଏକ ଟୋନିକ୍ ଭଳି କାମ କରିବା ବୋଲି ଶ୍ରୀ ପଣ୍ଡା ଉଲ୍ଲେଖ କରିଥିଲେ । ଆୟୋଜକ ମାନଙ୍କୁ ଧନ୍ୟବାଦ୍ ସହ ବାଲେଶ୍ବରରେ ଏଭଳି କାର୍ଯ୍ୟକ୍ରମ ଆହୁରି ଅଧିକମାତ୍ରାରେ କରାଯିବାର ଆବଶ୍ୟକତା ରହିଛି ବୋଲି ବିଜେଡି ନେତା ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ। ହାଫିଜ୍ ବଦରୁଲ୍ ହୋସନ୍ , ହାଜୀ ଶେଖ୍ ଜାହିରୁଦ୍ଦିନ୍, ଶେଖ୍ ମାହେରାଜ୍, ଶେଖ୍ ସାମସୁଦ୍ଦିନ୍, ଶେଖ୍ ଇନାୟତୁଲ୍ଲା, ଶେଖ୍ ସରିଫ୍ ମହମ୍ମଦ, ଶେଖ୍ ଗୋଲାମ୍ ଉଦ୍ଦିନ୍ , ଶେଖ୍ ଜାହାପାନା, ଶେଖ୍ ଅବଦୁଲ ତୋହିଦ୍, ଶେଖ୍ ସୋଫିୟାନ୍,କାଫାୟତ୍ ଉଲ୍ଲାଙ୍କ ସମେତ ଶତାଧିକ ସରକାର ବାବା ପ୍ରେମୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।