May 20, 2025

ନୂତନ ବର୍ଷକୁ ପ୍ରଭୁଙ୍କ ନାମ ଓ ଠାକୁରଙ୍କ ଦର୍ଶନରେ ସ୍ୱାଗତ

Share

 

 

କୋଲନରା 🙁 ସଞ୍ଜୀବ କଣ୍ଡାଗରୀ ) ଅଂଗ୍ରେଜୀ ନୂତନ ବର୍ଷ ୨୦୨୫ କୁ ଲୋକେ ଭଗବାନଙ୍କ ନାମନେଇ ଭଜନ କୀର୍ତ୍ତନ ଓ ସକାଳୁ ସକାଳୁ ଉଠି ନିତ୍ୟକର୍ମ ସାରି ମନ୍ଦିର କୁ ଯାଇ ଭଗବାନଙ୍କ ଦର୍ଶନକରି ସ୍ୱାଗତ ଜଣାଇଛନ୍ତି। ଆଉ କିଛି ସ୍ଥାନରେ ପିକନିକ କରି ପୁରୁଣା ବର୍ଷ ୨୦୨୪ କୁ ବିଦାୟ ଦେବା ସହିତ ନୂଆବର୍ଷରେ ଭୋଜି କରି ଖୁସି ମାନେଇ ଛନ୍ତି। ଆଜି ସକାଳୁ ସକାଳୁ ସଦର ସ୍ଥିତ ଶ୍ରୀ ଧବଳେଶ୍ବର ମନ୍ଦିର, ସାଇବାବାଙ୍କ ମନ୍ଦିର, ଗୌରାଙ୍ଗ ମହାପ୍ରଭୁଙ୍କ ମନ୍ଦିର, ମା ମଝି ଘରିଆଣି ଙ୍କ ମନ୍ଦିର ରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା। ସେହିପରି ଗତ କାଲି ବିଭିନ୍ନ ସାହିରେ ସମସ୍ତ ପରିବାର ମିଶି ଭୋଜିଭାତରେ ମସଗୁଲ ରହିବା ସହିତ ପୁରୁଣା ବର୍ଷକୁ ବିଦାୟ ଦେବାସହିତ ରାତି ୧୨ ଟାରେ ନୂଆ ବର୍ଷକୁ ସ୍ୱାଗତ କରିଥିଲେ। ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁ ମାନେ ଭଜନ କୀର୍ତ୍ତନ କରି କୋଲନରା ଦୈନିକ ବଜାର ସମେତ କୋଲନରା ଗାଁ ଦେଇ ବ୍ଲକ ରାସ୍ତା ରେ ବିଭିନ୍ନ ଅଞ୍ଚଳ ବୁଲି ନୂଆ ବର୍ଷକୁ ସ୍ୱାଗତ କରିଥିଲେ ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସି ଓ ସମୃଦ୍ଧି ନେଇ ଆସିବାର ଆଶା କରାଯାଉଛି।