January 3, 2025

ବଦଳି ପରେ ଦିଦିଙ୍କ ଦବଙ୍ଗରି,ଥାନାର ଦ୍ୱାରସ୍ତ ହେଲେ ଗିର୍ଲା ଆବାସିକ ବିଦ୍ୟାଳୟ କମିଟି

Share

 

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ଗିର୍ଲା ପଞ୍ଚୟତ ଆବାସିକ ବିଦ୍ୟାଳୟ ର ପୂର୍ବତନ ହିନ୍ଦୀ ଶିକ୍ଷୟତ୍ରୀ ବିଦ୍ୟାଳୟ ଛୁଟି ଥିବା ବେଳେ ଜର ଜବରଦସ୍ତ ମୁଖ୍ୟ ଫାଟକ ଭାଙ୍ଗି ଛାତ୍ର ଆବାସରୁ ଜିନିଷ ପତ୍ର ନେବା ସହ ଉପପସ୍ଥିତ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ନେଇ କୋଟପାଡ଼ ଥାନାରେ ବିଦ୍ୟାଳୟ ର ପରିଚାଳନା କମିଟି ସଦସ୍ୟ ମାନେ ଅଭିଯୋଗ ଦେଇଥିବାର ଜଣାପପଡିଛି l ଏଥିସହ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଧନପତି ଭୋତରା ଉକ୍ତ ଘଟଣାକୁ ନେଇ ଜ଼ିଲ୍ଲା ମଙ୍ଗଳ ସମ୍ପ୍ର ସାରଣ ଅଧିକାରୀଙ୍କୁ ଶିକ୍ଷୟତ୍ରୀଙ୍କ କାର ନାମା ନେଇ ଲିଖିତ ଅଭିଯୋଗ ଦେଇଥିବା ଜଣାପଡିଛି l

ଗିର୍ଲା ଆବାସିକ ବିଦ୍ୟାଳୟରେ ଦୀର୍ଗ ଦିନ ଧରି ହିନ୍ଦୀ ଶିକ୍ଷୟତ୍ରୀ ରୂପେ ତୃପ୍ତିରାଣୀ ରଥ ନିଯୁକ୍ତି ପାଇ କାର୍ଯ୍ୟରତ ଥିଲେ, ଗତ କିଛିଦିନ ପୂର୍ବେ ତାଙ୍କୁ ଉକ୍ତ ବିଦ୍ୟାଳୟରୁ ଟ୍ରାନ୍ସଫର ହେଇ ଅନ୍ୟ ଏକ ବିଦ୍ୟାଳୟ କୁ ନିଯୁକ୍ତି ଦିଆଯାଇଛି l ପୂର୍ବରୁ ବିଦ୍ୟାଳୟ ରେ ଠିକ ସମୟରେ ନ ପୋହଂଚିବା ଏବଂ ବିଦ୍ୟାଳୟ ରେ କାର୍ଯ୍ୟ ଗୁଡିକୁ ଠିକରୁପେ ପରିଚାଳନା ନ କରିବା ଇତ୍ୟାଦି କୁନେଇ ଗ୍ରାମ ବାସି ଏବଂ ପରିଚାଳନା କମିଟି ଅନେକ ଥର ଅଭିଯୋଗ କରିବା ସହ ସ୍ଥାନୀୟ ବ୍ଲକ ମଙ୍ଗଳ ସମ୍ପ୍ର ସାରଣ ଅଧିକାରୀ ଓ ଜ଼ିଲ୍ଲା. ସମ୍ପ୍ର ସାରଣ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ l ଏଠାରୁ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଗ୍ରାମବାସୀ କହିଛନ୍ତି l ବର୍ତ୍ତମାନ ବିଦ୍ୟାଳୟ ଏକ୍ସମାସ ଛୁଟି ଥିବା ସମୟରେ ବିଦ୍ୟାଳୟ ର କିଛି କର୍ମଚାରୀଙ୍କୁ ବିଦ୍ୟାଳୟର ରକ୍ଷଣ ବେକ୍ଷଣ କରିବା ସହ ବଗିଚା ଛାତ୍ର ଆବାସ ବିଦ୍ୟାଳୟ ପରିସର ଯତ୍ନ ନେବା ସକାଶେ ଦାୟିତ୍ୱ ଦିଆଯାଇଛି ଏଭଳି କି ବିନା ଅନୁମତିରେ ବିଦ୍ୟାଳୟ କୁ କାହାକୁ ଛାଡିବାକୁ ବାରଣ କରାଯାଇଛି l କିନ୍ତୁ ଗତ 25 ତାରିଖ ଦିନ ସନ୍ଧ୍ୟା ରେ ହିନ୍ଦୀ ଶିକ୍ଷୟତ୍ରୀ ଏକ ଡାଲା ଓଟ 0D10L 6632 ରେ କିଛି ସାଥି ମାନଙ୍କୁ ନେଇ ପହଂଚି ଆବାସିକ ଗେଟ ର ଚାବି ଭାଙ୍ଗିବା ସହ ଜବରଦସ୍ତ ପରିସର ମଧ୍ୟକୁ ପଶି ପୂର୍ବ ରୁ ତାଙ୍କ ଦାଇତ୍ୱ ରେ ଥିବା ଛାତ୍ର ଆବାସ କୋକ୍ଷ ର କବାଟ ଭାଙ୍ଗିବା ସହ କିଛି ଜିନିଷ ପତ୍ର ଜର ଜବରଦସ୍ତ ନେଇ ଯାଇଥିଲେ, ଉକ୍ତ ସମୟରେ ବିଦ୍ୟାଳୟର

ପିଅନ, ୱାଡେନ, ଓ ଅନ୍ୟନ୍ୟ କର୍ମଚାରି ଏହାକୁ ପ୍ରତିବାଦ କରିବାରୁ ସେମାନଙ୍କୁ ଗାଳି ଗୁଲଜ କରି ଚାଲିଯାଇଥିଲେ l ଉକ୍ତ ଘଟଣାକୁ ନେଇ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନପତି ଭତରା ଜ଼ିଲ୍ଲା ମଙ୍ଗଳ ସୋମ୍ଫର ସାରଣ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେଇଥିବା ବେଳେ ପରିଚାଳନା କମିଟି ଶୋଭାପତି ଗଣେଶ୍ୱର ମାଝୀ ଓ ଅନ୍ୟାନ୍ୟ ସଦସ୍ୟ କୋଟପାଡ଼ ଥାନାରେ ଅଭିଯୋଗ କରିଥିବାର ଜଣା ପଡିଛି lପୂର୍ବରୁ ମଧ୍ୟ ବହୁବାର ଉକ୍ତ ଶିକ୍ଷୟତ୍ରୀ ଙ୍କ ନାମରେ ଅଭିଯୋଗ ହୋଇଥିବା ନଜିର ରହିଥିବା ଜଣାଯାଇଛି I ଏ ନେଇ ତଦନ୍ତ ଅଧିକାରୀ ବାସୁଦେବ ମାଝୀ ଙ୍କୁ ଯୋଗାଯୋଗ କରିବାରୁ ଏତଲା ପାଇଛୁ I. ସ୍କୁଲ କୁ ଯାଇଥିଲୁ. ତଦନ୍ତ ଜାରି ରହିଛି, ବୋଲି ଗଣ ମାଧ୍ୟମ କୁ ସୂଚନା ଦେଇ ଥିବାର ଜଣାଯାଇଛି.କୋଟପାଡ଼ ରେ ସ୍ଥାୟୀ ବ୍ଲକ ସମ୍ପ୍ର ସାରଣ ଅଧିକାରୀ ନ ଥିବାରୁ ବିଭିନ୍ନ ସ୍କୁଲ ମାନଙ୍କ ରେ ସମସ୍ୟା ରହୁ ଥିବା ଦେଖା ଦେଉଛି ବୋଲି ବୁଦ୍ଧିଜୀବୀ ମହଲ ରେ ପ୍ରକାଶ ପାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା I