April 26, 2026

ଗଉଡ଼ଗୁଡାରେ ଗୌଡ଼ ସମାଜର ବୈଠକ

eed50d7b-6867-40e8-ae04-1678d143f38d
Share


ଜୟପୁର, 27/3/23- ଜୟପୁର ବ୍ଲକ ଅନ୍ତର୍ଗତ ସଲପା ଗଉଡ଼ଗୁଡା ଠାରେ କୋରାପୁଟ ଜିଲ୍ଲା ଯାଦବ ମହାସଭାର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଅବିଭକ୍ତ କୋରାପୁଟ ଜିଲ୍ଲା ଆବାହକ ସାଥୀରାମ ନାୟକ ଯୋଗ ଦେଇ ଜାତିର ସଂସ୍କୃତି, ପରମ୍ପରା, ରୀତିନୀତି ଉପରେ ଆଲୋକପାତ କରିଥିଲେ । ବାବୁଲା ଗୌଡ଼ଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି ବୈଠକରେ ସମ୍ମାନିତ ଅତିଥି ଭାବେ କୁନ୍ଦୁରା କମିଟି ପକ୍ଷରୁ ପଦଲମ ଗୌଡ଼, ବଳରାମ ଗୌଡ଼, ତୁଲାରାମ ଗୌଡ଼, ତ୍ରିନାଥ ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ବ୍ଲକ କମିଟି ପାଇଁ ଗୌଡ଼ଗୁଡାର ଅଭି ନାୟକ, ସାହେବ ଗୌଡ଼, ରାଜେନ୍ଦ୍ର ଗୌଡ଼, ସଲପା ଚନ୍ଦ୍ର ଶେଖର ଗୌଡ଼, ଶ୍ୟାମ ସୁନ୍ଦର ଗୌଡ଼, କୁଟଗୁଡା ପୂର୍ଣ ଗୌଡ଼, ସର୍ଗିଗୁଡା ଡମୁ ଗୌଡ଼, ଘାଟବାଗ୍ରା ଭଗବାନ ଗୌଡ଼, କଡ଼ପା ଭାଗିରଥି ଗୌଡ଼, କଚିଆଗୁଡା ଧନପତି ଗୌଡ଼, ମୋହନ ଗୌଡ଼, କୈଳାସ ଗୌଡ଼, ଗଡେଇଗୁଡା ଦିନବନ୍ଧୁ ଗୌଡ଼, ଭାଜିଗୁଡା ରାମନାଥ ଗୌଡ଼ଙ୍କୁ
ସଦସ୍ୟ ମନୋନୀତ କରାଯାଇଥିଲା । ଏହି କମିଟି ଆସନ୍ତା 29 ତାରିଖ ଘାଟବାଗ୍ରାରେ ହେବାକୁ ରହିଥିବା ବୈଠକରେ ଯୋଗ ଦେବାକୁ ସ୍ଥିର ହୋଇଥିଲା । ଆସନ୍ତା ଏପ୍ରିଲ ୧୬ ତାରିଖରେ ଜୟପୁରରେ ହେବାକୁ ରହିଥିବା ଗୌଡ଼ ଅଧିକାର ସମାବେଶ ସମ୍ପର୍କରେ ଆଲୋଚନା ହୋଇଥିଲା । କିଭଳି ଏଥିରେ ଲକ୍ଷାଧିକ ଗୌଡ଼ ଯୋଗଦେଇ ସଭା ସଫଳତା ହାସଲ କରିବ ସେ ଉପରେ ଆଲୋଚନା ହୋଇଥିଲା । ସମାବେଶ ପୂର୍ବ ଦିନରୁ ଦଶହରା ପଡିଆରେ ପ୍ରତି ଗାଁର ଯୁବକ ମାନେ ପହଞ୍ଚି ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ଶେଷରେ ଘାଟବାଗ୍ରାର ଭଗବାନ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା