June 21, 2026

କାଶୀନଗର ଠାରେ ଲିଙ୍ଗ ଆଧାରିତ ହିଂସା ବିରୁଦ୍ଧରେ ସଚେତନ ରାଲି 

IMG-20241130-WA0039
Share

 

କାଶୀନଗର ବ୍ଲକ ସ୍ତରରେ ଲିଙ୍ଗ ଆଧାରିତ ହିଂସା ବିରୁଦ୍ଧରେ ରାଷ୍ଟ୍ରୀୟ ଅଭିଯାନ ରାଲୀ ବ୍ଲକ କାର୍ଯ୍ୟାଳୟ ଠାରୁ ଲିଙ୍ଗ ଗତ ହିଂସା ବିରୁଦ୍ଧରେ ବିଭିନ୍ନ ନାରା ଦେଇ କାଶୀନଗର ସହର ପରିକ୍ରମା କରିଥିଲା ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡମ୍ବୁରୁ ଧର ମଲିକଙ୍କ ଉପସ୍ଥିତି ରେ ଆରମ୍ଭ ହୋଇ ଥିଲା. ସହର ପରିକ୍ରମା ବେଳେ ରାଲିରେ ସ୍ଥାନୀୟ ବିଡ଼ିଓ ଶ୍ରୀ ମଲ୍ଲିକଙ୍କ ସହ ବ୍ଲକ ର ସମସ୍ତ ଷ୍ଟାଫ, ମେଡ଼ିକାଲ ଷ୍ଟାଫ, ଆଇ ସଡି ଏସ୍ ଷ୍ଟାଫ, ଆଶା, ଅଙ୍ଗନୱାଡ଼ି , ସମସ୍ତ କମ୍ନୁନିଟି ସପୋର୍ଟ ଷ୍ଟାଫ ଏହି ରାଲିି କୁ ସଫଳ ରୂପାୟନ କରି ଲିଙ୍ଗ ଗତ ହିଂସା ଉପରେ କାଶୀନଗର ବାସୀଙ୍କୁ ସଚେତନ କରିଥିଲେ । ଏ ଥୀରେ

ଜିଲ୍ଲା ସ୍ତରୀୟ ଅଧିକାରୀ ଡି ସି ଏମ ସି ଶେଷଦେବ ଭୋଇ, ସଖି ୱାନ ଷ୍ଟପ ସେଣ୍ଟର ପରିଚାଳକ ସୁନିତା ରଥ ଓ ଜିଲ୍ଲା ପ୍ରଯୋଜକ ଏସ ଶିବାନୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିଲେ ।

ଏହି ସଚେତନତା କାର୍ଯକ୍ରମ କୁ ଗୋଷ୍ଠୀ ପ୍ରକଳ୍ପ ସମନ୍ବୟକାରୀ,ଜଗନ କୁମାର ବାରିକ୍ପ ରିଚାଳନା କରିଥିଲେ ।

ଖଗେଶ୍ବର ମେହେର ଓ ଏମ.ବି.କେ , ସି.ଆର.ପି ମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ ।