November 30, 2024

ପିକିନିକି ର ମୁଖ୍ୟସ୍ଥଳୀ ପାଲିଟିଛି ପାଟବନ୍ଧ ଡ୍ୟାମ। 

Share

 

ବୋଲଗଡ଼,(ଉପାନ୍ତ ଖବର): ଖୋର୍ଦ୍ଧାଜିଲ୍ଲା ବୋଲଗଡ ବ୍ଲକର ପାଟବନ୍ଧ ଡ୍ୟାମଟି ପିକିନିକିର ମୁଖ୍ୟସ୍ଥଳୀ ପାଲିଟିଛି।ଏହି ଡ୍ୟାମ ଟି ଜାତୀୟ ରାଜପଥ ୫୭ ରାଜସୁନା ଖଳାଠାରୁ ୧୦କି.ମି ଦୂରରେ ଅବସ୍ଥିତ।ଏହିଡ୍ୟାମ ଟି ବହୁ ପ୍ରାଚୀନ ଏଠାକୁ ସାରାବର୍ଷ ବହୁ ପର୍ଯ୍ୟଟକ ପିକିନିକି କରିବାପାଇଁ ଆସିଥାନ୍ତି।ଡ୍ୟାମର ତିନିପାର୍ଶ୍ୱ ରେ ପର୍ବତମାଳା ମାନ ଘେରି ରହିଛି।ପର୍ବତର ପାଦଦେଶରେ ଏହି ଡ୍ୟାମଟି ଅବସ୍ଥିତ। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ଡ୍ୟାମ ନିକଟରେ ଏକ କ୍ଷୁଦ୍ର ପ୍ରାକୃତିକ ଝରଣାଟିଏ ବହିଯାଇଛି ଯାହାର ନାମ କଦମ୍ବଝର ଯାହାକି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆହୁରି ଦୁଇ ଗୁଣିତ କରି ପାରିଛି। ସେହିପରି ଡ୍ୟାମପାଖରେ ଥିବା ସିଂହନାଦ ପାହାଡ଼ ଉପରେ ଥିବାକୃଶ୍ନେଶ୍ୱର ମହାଦେବ ଓ ପାଦଦେଶରେ ଥିବା ମାବୁଢୀଦେଇ ମନ୍ଦିର।ତତସହିତ ମଣ୍ଡନଗିରି ପାହାଡ ଯେଉଁ ଠାରେ ରଘୁନାଥ ବିଜେ କରିଛନ୍ତି ଯାହାକି ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ। ପର୍ଯ୍ୟଟକ ମାନେ ଏବଂ ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ ଯଦି ଏହି ସ୍ଥାନକୁ ସରକାରଙ୍କ ତରଫରୁ ଗୋଟିଏ ସୁନ୍ଦର ରସ୍ତା ଟିଏ, ଇଲେକ୍ଟ୍ରି ର ସୁବିଧା, ଭୋଜି କରିବା ପାଇଁ କେତେଗୁଡିଏ ପିଣ୍ଡି, ପର୍ଯ୍ୟଟନ ମାନଙ୍କ ପାଇଁ ଗୋଟେ ସ୍ଥାୟୀ ଗୃହ ନିର୍ମାଣ ସହିତ ଝରଣା ଟିର ସୌନ୍ଦ୍ୟର୍ଯ୍ୟ କରଣ ହୋଇ ପାରନ୍ତା ତେବେ ଏହି ସ୍ଥାନ ଟି ଓଡ଼ିଶାର ଅନ୍ୟ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ହୋଇପାରନ୍ତା।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ