June 21, 2026

ଅଡବା ପୋଲିସ ସାତ କୋଟି ଟଙ୍କାର ଗଞ୍ଜେଇ ଚାଷ କୁ ନଷ୍ଟ କଲେ

IMG-20241128-WA0040
Share

ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ କେଶରିଗୁଡା ଗ୍ରାମ ପଞ୍ଚାୟତର ପଣସପଦର ଗ୍ରାମରେ ୩୫ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ କୁ ନଷ୍ଟ କରିଛନ୍ତି ଅଡବା ପୋଲିସ ସହ ଅବକାରୀ ବିଭାଗ। ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର ନାଥ ପଣ୍ଡା ଙ୍କ ନିର୍ଦ୍ଦେଶ ପ୍ରକାରେ ଆର. ଉଦୟଗିରି ଉପ ଆରକ୍ଷୀ ଅଧକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସାତ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଥିବା ସୂଚନା ମିଳିଛି। ଗତ କିଛି ଦିନ ଧରି ଗଜପତି ଜିଲ୍ଲାର ପୋଲିସ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ କୋଟି କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିଥିବା ଜଣାପଡିଛି। ସେହିପରି ଆଗାମୀ ଦିନରେ ମଧ୍ୟ ଗଞ୍ଜେଇ ଚାଷ ବ୍ୟାପକ ଭାବେ ନଷ୍ଟ କରାଯିବାର ସୂଚନା ମିଳିଛି।