March 10, 2026

ଆଦିବାସୀ ଅଧ୍ୟୁଷିତ ମୋହନାବ୍ଲକରେ ଲାଗିରହିଥିବା ରାସ୍ତା ସମସ୍ୟା କୁ ପୁଣି ଦେଖା ଦେଇଛି ଜନନୀ ଯନ୍ତ୍ରଣା

d325d9cf-da1a-4a8e-a41e-a314bd1b66f9
Share

ପାରଳାଖେମୁଣ୍ଡି:୨୫/୩(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ରେ ଲାଗିରହିଥିବା ରାସ୍ତା ସମସ୍ୟା ପାଇଁ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା,ଗାଁ କୁ ପହଞ୍ଚିଲାନି ଆମ୍ବୁଲାନ୍ସ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଷ୍ଟ୍ରେଚରରେ ଦୁଇ କିମି ବୁହାହେଲେ ଗର୍ଭବତୀ ମହିଳା ।ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ କର୍ଚବାଡି ପଞ୍ଚାୟତ ଜାଗରସିଂ ଗାଁରେ ।ଗାଁର ମୁନା ଶବରଙ୍କ ସ୍ତ୍ରୀ ସୁନିତା ଶବରଙ୍କ ପ୍ରସବ ବେଦନା ହେବାରୁ ଆଶା ଦିଦି ଓ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ କୁ ଫୋନ୍ କରିଥିଲେ ହେଲେ ଗାଁ ପର୍ଯ୍ୟନ୍ତ ପ୍ରାୟ ୨ କିମି ରାସ୍ତା ନଥିବା ରୁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ।ଫଳରେ ଆମ୍ବୁଲାନ୍ସ କର୍ମଚାରୀ ଗାଁ ପର୍ଯ୍ୟନ୍ତ ଚାଲି ଚାଲି ଯାଇ ସୁନିତା ଙ୍କ ଘରେ ପହଞ୍ଚିବା ପରେ ଗ୍ରାମବାସୀ ଓ ଆମ୍ବୁଲାନ୍ସ କର୍ମଚାରୀ ମାନେ ମିଳିତ ଭାବେ ସୁନିତାଙ୍କୁ ପ୍ରାୟ ୨ କିମି ରାସ୍ତା ଷ୍ଟ୍ରେଚରରେ ବୋହି ଆଣିବା ପରେ ଆମ୍ବୁଲାନ୍ସ୍ ଯୋଗେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ସୁନିତା ଙ୍କ ବର୍ତ୍ତମାନ ଗୋଟିଏ କନ୍ୟା ସନ୍ତାନ ଜନ୍ମ ହୋଈଛି । ମାଁ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।ତେବେ ଗାଁ କୁ ଭଲ ରାସ୍ତା ନିର୍ମାଣ ପାଇଁ କେତେ ଗୁହାରି ଜଣାଇ ଥିଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ପାଲଟି ଯାଇଛି ବୋଲି ଅଭିଯୋଗ ହେଉଛି।