August 26, 2026

୫୪ତମ ଆନ୍ତଃ-ମହାବିଦ୍ଯାଳୟ ଭାରୋତ୍ତଳନ ଏବଂ ଉତ୍ତମ ଗଢଣ ପ୍ରତିଯୋଗିତା

ujgujg
Share

ବୁଗୁଡ଼ା : ୧୪/୦୧/୨୩ : ସ୍ଥାନୀୟ ପିପୁଲ୍ସ କଲେଜ ପରିସରରେ ୫୪ତମ ଆନ୍ତଃ-ମହାବିଦ୍ଯାଳୟ ଭାରୋତ୍ତଳନ ପ୍ରତିଯୋଗିତା ସହ ପୁରୁଷ ବର୍ଗର ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ଯକ୍ଷ ରଜନୀ କାନ୍ତ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧ୍ଯାପକ ସୁବାସ ଚନ୍ଦ୍ର ପରିଡା, ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡା ପରିଷଦ ସମ୍ପାଦକ ପ୍ରାଧ୍ଯାପକ ଗଣେଶ ସେଠୀ ଓ ରାଜ୍ୟ ସମ୍ପାଦକ ନାରାୟଣ ସାହୁ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ପୁରୁଷ ଭାରୋତ୍ତଳନ ପ୍ରତିଯୋଗିତାର ୫୫ କେଜି ବର୍ଗରେ ବ୍ରହ୍ମପୁର ସିଟି କଲେଜର ରାମଚନ୍ଦ୍ର ମାଡକାମି, ୬୧ କେଜି ବର୍ଗରେ ଗୋପାଳପୁର କଲେଜର ସୁନୀଲ୍ ପ୍ରଧାନ , ୭୩ କେଜି ବର୍ଗରେ ଖଲ୍ଲିକୋଟ କଲେଜର ନରସିଂହ ନାୟକ, ୮୧ କେଜି ବର୍ଗରେ ସିଟି କଲେଜର ସ୍ବର୍ଣ୍ଣରାଜ ବସ୍ତିଆ, ୧୦୯ କେଜି ବର୍ଗରେ ବିନାୟକ ଆଚାର୍ଯ୍ୟ କଲେଜର ଜଗନ୍ନାଥ ଗୌଡ ପ୍ରମୁଖ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ମହିଳା ଭାରୋତ୍ତଳନ ପ୍ରତିଯୋଗିତାରେ ୪୯ କେଜି ବର୍ଗରେ ବ୍ରହ୍ମପୁର ସିଟି କଲେଜର ବର୍ଷା ମହାରଣା, ୬୪ କେଜି ବର୍ଗରେ ଚିକିଟି ମହାବିଦ୍ୟାଳୟର ସଙ୍ଗୀତା ପାଢୀ, ୮୧ କେଜି ବର୍ଗରେ ଖଲିକୋଟ କଲେଜର ଜି.ଗିତାଞ୍ଜଳୀ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରି ଥିଲେ । ଅନ୍ୟପକ୍ଷରେ, ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାର ବ୍ରହ୍ମପୁର ସିଟି କଲେଜର ଉଜାଉଲ୍ ଗୁଜୁରାତି “ବିଶ୍ବବିଦ୍ୟାଳୟ ଶ୍ରୀ” ରୂପେ ବିବେଚିତ ହୋଇଥିଲେ । କାର୍ଯ୍ୟକ୍ରମ ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ ପ୍ରତିଯୋଗିତା କାର୍ଯ୍ୟକ୍ରମ ପିପୁଲ୍ସ କଲେଜର ଆଥଲେଟିକ୍ ଆସୋସିଏସନ ପକ୍ଷରୁ ଆୟୋଜିତ ହୋଇଥିବା ବେଳେ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଏଥିରେ ସହଯୋଗ କରିଥିଲେ ।

You may have missed