June 21, 2026

ବିଶ୍ୱରେ ଗୋସୁରକ୍ଷାରେ ଭାରତ ଏକ ନମ୍ବର ହେବ, କହିଲେ ବିଧାୟକ ଲକ୍ଷ୍ମଣ ବାଗ ..

IMG-20241128-WA0020
Share

ଆଜି ଗୋରକ୍ଷା ନିମନ୍ତେ ପୁରୀ ମହୋଦଧି କୂଳରେ ଚାଲୁଥିବା ୧୦୮ କୁଣ୍ଡିୟ ମହାଯଜ୍ଞର ଅଷ୍ଟମ ଦିନ ଆଜି ସକାଳୁ ସକାଳୁ କଣ୍ଟାବାଞ୍ଜିର ବିଧାୟକ ଲକ୍ଷ୍ମଣ ବାଗ ଯଜ୍ଞସ୍ଥଳରେ ପହଞ୍ଚିଥିଲେ l ପରେ ପରେ ଯଜ୍ଞ କ୍ଷେତ୍ର ପରିକ୍ରମା କରି କିଭଳି ଗୋସୁରକ୍ଷା ପାଇଁ ଚାଲିଥିବା ଏହି ମହାଯଜ୍ଞ କରିଥିବା ଶ୍ରୀରାମ ସୁନ୍ଦରାକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତଥା

ଗୋବିନ୍ଦ ଗୋଧାମ ଗୋଶାଳା ଏବଂ ରାଜସ୍ଥାନର ଶ୍ରୀସୀତାରାମ ଦାସ ଜୀ ମହାରାଜ ବଲଡା ଧାମ ବିକାଶ ସମିତିର ପ୍ରତିଷ୍ଠାତା ଏବଂ ସମସ୍ତ ସଦସ୍ୟସଦସ୍ୟା ମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ l କିଭଳି ଗୋସୁରକ୍ଷା କେବଳ ଓଡିଶାରେ ନୁହେଁ ସାରା ଭାରତ ରେ କରିବା ସହିତ ଏଦିଗରେ ଭାରତ ବିଶ୍ୱରେ ଏକନମ୍ବର ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l