June 21, 2026

ସମ୍ବିଧାନ ଦିବସରେ ଆଇନ ପାଠ ପଢିଲେ ଶ୍ରମିକ

IMG-20241126-WA0048
Share

ଛତ୍ରପୁର -୨୬/୧୧/୨୪(ଅରୁଣ କୁମାର ପଣ୍ଡା )ଆଜି ଛତ୍ରପୁରସ୍ଥିତ ସ୍ଥାନୀୟ କଣମଣା ବାତ୍ୟା ଆଶ୍ରୟସ୍ଥଳୀରେ ବିଭିନ୍ନ କଳକାରଖାନାରେ କାର୍ଯ୍ୟରତ ଶତାଧିକ ଶ୍ରମିକଙ୍କ ଉପସ୍ଥିତିରେ ୭୫ତମ ସମ୍ବିଧାନ ଦିବସ ଆଇନଜୀବୀ ଦୀପକ ପଟ୍ଟନାୟକଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଡେପୁଟି ମୁଖ୍ୟ ଆଇନ ସହାୟତା ପରାମର୍ଶଦାତା କମଳ ଲୋଚନ ଦାସ, ଓକିଲ ପି ଧର୍ମା ରେଡ୍ଡୀ, ମୋହନ ରେଡ୍ଡୀ, ଛତ୍ରପୁର ଓକିଲ ସଂଘ ଉପସଭାପତି ଚୈତନ୍ୟ ପ୍ରଧାନ, ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରମିକମାନଙ୍କ ପାଇଁ ସମ୍ବିଧାନରେ ରହିଥିବା ବିଭିନ୍ନ ଆଇନ ତଥା ମୌଳିକ ଅଧିକାର ଉପରେ ବିସ୍ତୃତ ଭାବେ ଆଲୋକପାତ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଦିଆଯାଇଥିବା ଡାକରା ‘ହମାରା ସମ୍ବିଧାନ ହମାରା ସ୍ୱାଭିମାନ’କୁ ନେଇ ଶ୍ରମିକମାନଙ୍କ ସ୍ୱାଭିମାନ କଥା ଉପରେ ବିସ୍ତୃତ ଚର୍ଚ୍ଚା କରିଥିଲେ। ସର୍ବଶେଷରେ କଣମଣା ଗ୍ରାମର ବି. ସୀମାଦ୍ରୀ ସମସ୍ତଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ପ୍ରଧାନ, ଏସ ନାରାୟଣ, ମନୋରଞ୍ଜନ ବେହେରା, ସନାତନ ମହାରଣା, ଅଯୋଧ୍ୟା ପରିଡ଼ା, ବିରୁପାକ୍ଷ ଦାସ, ସନ୍ତୋଷ ସାହୁ, କେ ଶ୍ରୀନିବାସୁଲୁ ସ୍ୱାମୀ, ସୁଧାକର ମହାରଣା, ବି କେସୁଲୁ ସ୍ୱାମୀ, ହେମନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।