ଟ୍ରେକିଂ କ୍ଳବର ୧୯ତମ କୋଷ୍ଟାଲ ଟ୍ରେକିଂ, ଚାଲି ଚାଲି ଲାଇଟହାଉସ ବେଳାଭୂମିରୁ ହରଚଣ୍ଡୀ ମୁହାଣ, କ୍ଳିନବିଚ୍ ଗ୍ରୀନ ବିଚ୍ ର ବାର୍ତ୍ତା ଦେଲେ ଟ୍ରେକିଂ କ୍ଳବ ସଦସ୍ୟ
ଶୀତଦିନରେ ସୁନ୍ଦର ସ୍ବାସ୍ଥ୍ୟ ସହ ପରିବେଶ ସୁରକ୍ଷା ପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ ଟ୍ରେକିଂ କ୍ଳବ ପୁରୀର ସଦସ୍ୟ ମାନେ ଲାଇଟ ହାଉସ ବେଳାଭୂମିରୁ ଚାଲି ଚାଲି ମଙ୍ଗଳାନଦୀ ମୁହାଣ ଏବଂ ସେଠାରୁ ବାଲିହରଚଣ୍ଡୀ ମୁହାଣ ପର୍ଯ୍ୟନ୍ତ ଆସିଥିଲେ ୩୬ଜଣ ସଦସ୍ୟ। ପ୍ରାୟ ୧୭କିଲୋମିଟର ଚାଲିବା ଭିତରେ ବେଳାଭୂମିରେ ପଡିଥିବା ମଇଳା ଆର୍ବଜନାକୁ ସଫା କରିଥିଲେ ଟ୍ରେକିଂ କ୍ଳବର ସଦସ୍ୟ । ବେଳାଭୂମିର ବିଭିନ୍ନ ସ୍ଥାନରେ ସମୁଦ୍ର ଜୁଆର ପଟୁ ମଇଳା ଆବର୍ଜନା ପଗିଥିଲା।ଯାହାକୁ ସଫା କରାଯିଇଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟ୍ରେକିଂ କ୍ଳବର ପ୍ ଗୋଟିଏ ସ୍ଲୋଗାନ ରହିଥିଲା କ୍ଳିନ ବିଚ୍ ଗ୍ରୀନ ବିଚ୍। ଟ୍ରେକିଂ କ୍ଳବର ସଭାପତି ଜୟନାରାୟଣ ମହାନ୍ତି ଓ ସମ୍ପାଦକ ଶଙ୍କର ପ୍ରଧାନ, ଟ୍ରେକିଂ ର ଫାଉଣ୍ଡର ସଦସ୍ୟ ସାମ୍ବାଦିକ ମଧୁସୂଦନ ମିଶ୍ର, ଜିବେଶ ରଥ, ଶୀତିକଣ୍ଠ ଶତପଥୀ, ଡକ୍ତର ଶରତ ମହାନ୍ତି, ଭାସ୍କର ପୂଜାରୀଙ୍କ ନେତୃତ୍ବରେ ପରିବେଶ ସନ୍ତୁଳିତ ପାଇଁ କୋଷ୍ଟାଲ ଟ୍ରେକିଂ କରାଯାଇଥିଲ। ଟ୍ରେକିଂ କ୍ଳବର ୧୯ତମ କୋଷ୍ଟାଲ ଟ୍ରେକିଂ ଭିନ୍ନ ଏକ ବାତାବରଣ ଭିତରେ ସମ୍ପାଦିତ କରାଯାଇଛି। ଏଥିରେ ପ୍ରତାପ କୁମାର ସାହୁ,ବିରେନ୍ଦ୍ର ବେହେରା, ମଦନ ଦାସ ମହାପାତ୍ର, କୃଷ୍ଣଚନ୍ଦ୍ର ଗୁପ୍ତା, ଜିତେନ୍ଦ୍ର ପାତ୍ର, ଡାକ୍ତର ଶିବଶଙ୍କର ସିଂହାରୀ, ଦିଲ୍ଲୀପ ଜେସ୍ବାଲ, ବବୁଲ ଦାସ, ଶକ୍ତି ପ୍ରସାଦ ପାଣି, ଧୀରେନ୍ଦ୍ର ଧୀର, ଭାସ୍କର ପୂଜାରୀଛ, ପ୍ରଶାନ୍ତ ପାତ୍ର, ଗୀରିଶ ପ୍ରଧିନ, ରାଜା ରଥ, ସୀମାଞ୍ଚଳ ପାତ୍ର, ଲକ୍ଷ୍ମୀକାନ୍ତ ମହାନ୍ତି, ବଟକୃଷ୍ଣ ମହାପାତ୍ର, କୃଷ୍ଣଚନ୍ଦ୍ର ପଣ୍ଡା, ନିଗମାନନ୍ଦ ପାତ୍ର,ବ୍ରଜକିଶୋର ପାତ୍ର, ଜିବେଶ ରଥ, ଶ୍ୟାମସୁନ୍ଦର ମହାସୁଆର, ନରେନ୍ଦ୍ର ନାଥ ନନ୍ଦ, ଗଣେଶ କୁମାର ଚନ୍ଦୁକା, ରୁଦ୍ରନାରାୟଣ ସାହୁ, ସରୋଜ କୁମାର ସାହୁ, ଜତିନ୍ଦ୍ର କର, ଦେବେନ୍ଦ୍ର ବ୍ରହ୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ। ଆଗାମୀ ଡିସେମ୍ବର ଶେଷ ସପ୍ତାହରେ ପୁରୀ ସଂସ୍କୃତ ମହାବିଦ୍ୟାଳୟ ଠାରୁ ନୂଆନଈ ମୁହାଣ ପର୍ଯ୍ୟନ୍ତ ଚାଲି ଚାଲି ଯାଇ ବେଳାଭୂମି କୁ ସଫେଇ କରାଯିବ ବୋଲି ସମ୍ପାଦକ ଙ୍କ ତରଫରୁ କୁହାଯାଇଛି ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ