April 27, 2026

ଦମଦୁଆ ଠାରେ ବନ ଉନ୍ନୟନ ବିଭାଗ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

65f2f9c7-381c-4238-bdab-cae172668bc1 (1)
Share

——–ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଦମଦୁଆ ଠାରେ ଆଜି ବନ ଉନ୍ନୟନ ବିଭାଗ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ସ୍ଥାନୀୟ ସରପଞ୍ଚ ସଭାପତିତ୍ୱ କରିଥିଲେ।ବ୍ରହ୍ମପୁର ଠାରେ ଥିବା ବିଭାଗ ମୁଖ୍ୟଙ୍କ ନିର୍ଦେଶ ପ୍ରକାରେ ମୋହନା ରେଞ୍ଜର କଳ୍ପନା ନାୟକ ଏବଂ ଫରେଷ୍ଟର ଦେବାଶିଷ ଶତପଥୀ ଙ୍କ ସମେତ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ମୋହନା ଡାକ୍ତର ଏମ. ଶିବରାମଙ୍କ ସହ ସମସ୍ତ ସ୍ଵାସ୍ଥ୍ୟ କର୍ମଚାରୀ ସ୍ଥାନୀୟ ରୋଗୀଙ୍କୁ ଚିକିଚ୍ଛା କରି ମାଗଣାରେ ଔଷଧ ବଣ୍ଟନ କରିଥିଲେ।