June 21, 2026

କଣ୍ଠପୁର ରେ ଦକ୍ଷିଣଭାରତ ଏବଂ ଓଡ଼ିଆ ଚଳଚିତ୍ର ର ନିର୍ଦେଶକ, ନୃତ୍ୟ ନିର୍ଦେଶକ ଓ ଅଭିନେତା ସୁଧାକର ବସନ୍ତ ..

IMG-20241123-WA0023
Share


ପୁରୀ ସଦର ସମଙ୍ଗ ଗ୍ରାମପଞ୍ଚାୟତ ର କଣ୍ଠପୁର ଗ୍ରାମେଶ୍ବର ନାଟ୍ୟ ପରିଷଦ ପକ୍ଷରୁ ସାମାଜିକ ନାଟକ “ହା କୃଷ୍ଣ ବୋଲି ଯାଉ ଜୀବ ‘ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ଶିବନାରାୟଣ ସୁବୁଦ୍ଧିଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ସେବକ ନବକିଶୋର ପତି ମହାପାତ୍ର,ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ସମ୍ମାନିତ ଅତିଥିଭାବେ ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷ ଶଙ୍କର୍ଷଣ ପରିଡା, ସଦରବ୍ଲକ ଅଧକ୍ଷ ଦିବାକର ପାତ୍ର, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଦସ୍ୟ ଓ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ମଧୁସୂଦନ ସିଂହାରୀ, ଅକ୍ଷୟ ମହାନ୍ତି, ଅନିଲ ସାହୁ ଓ ଗୋପୀନାଥ ପୁର ପୂର୍ବତନ ସରପଞ୍ଚ ରାଜକିଶୋର ରାଉତ ପ୍ରମୁଖ ଫିତାକାଟି ଯାତ୍ରାମଞ୍ଚ ଉଦଘାଟନ କରିଥିବାବେଳେ ସମସ୍ତ ଦର୍ଶକଙ୍କ ନଜର ଥିଲା ଦକ୍ଷିଣଭାରତ ଓ ଓଡ଼ିଆ ଚଳଚିତ୍ର ଅଭିନେତା, ନୃତ୍ୟ ନିର୍ଦେଶକ ଓ ନିର୍ଦେଶକ ସୁଧାକର ବସନ୍ତଙ୍କ ଉପରେ ସୁଧାକର ମଞ୍ଚରେ ପହଞ୍ଚିବା କ୍ଷଣି କରତାଳି ରେ ଦର୍ଶକ ସୁନ୍ଦରଭାବେ ସ୍ୱାଗତ କରିଥିଲେ ସୁଧାକରଙ୍କୁ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l