June 21, 2026

ବିଶ୍ୱ ମତ୍ସ୍ୟଦିବସ ପାଳନ ସହିତ ଜିଲ୍ଲାପାଳଙ୍କୁ ପାଞ୍ଚଦଫା ଦାବିପତ୍ର ପ୍ରଦାନ ..

IMG-20241123-WA0014
Share

ପୁରୀଜିଲ୍ଲା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିୟନ ଜିଲ୍ଲା ସଭାପତି ବାବୁଲା ପ୍ରସାଦଙ୍କ ଅଧକ୍ଷତାରେ ପେଣ୍ଠକଟା କମ୍ୟୁନିଟି ହଲ ପରିସରରେ ବିଶ୍ୱ ମତ୍ସ୍ୟ ଦିବସ ମହାଡ଼ମ୍ବରରେ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିୟନ ର ରାଜ୍ୟ ସଭାପତି, ରାଜ୍ୟ ସମ୍ପାଦକ, ପୁରୀଜିଲ୍ଲା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିୟନ ର ସମ୍ପାଦକଙ୍କ ସହିତ ବିଶିଷ୍ଟ ପଦାଧିକାରୀମାନେ ମଞ୍ଚାସିନ ହୋଇ ବିଶ୍ୱ ମତ୍ସ୍ୟ ଦିବସ ବିଷୟରେ ଗୁରୁତ୍ୱର ଆଲୋଚନା କରିଥିଲେ l ପରେପରେ ୟୁନିୟନର ଜିଲ୍ଲା ସଭାପତି ବାବୁଲା ପ୍ରସାଦଙ୍କ ନେତୃତ୍ୱ ରେ ରାଜ୍ୟ ଏବଂ ଜିଲ୍ଲା ନେତୃମଣ୍ଡଳୀ ପୁରୀ ଜିଲ୍ଲାପାଳଙ୍କ ବାସଭବନକୁ ଯାଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ପାଞ୍ଚଦଫା ଦାବିପତ୍ର ପ୍ରଦାନ କରିବା ସହିତ ଏହି ଦାବି ଉପରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l