June 21, 2026

ଓଡିଶା ରାଜ୍ୟ କୁସ୍ତି ପ୍ରତିଯୋଗିତାରେ ସମ୍ବଲପୁର ଦଳ କୁ ୬ ସୂର୍ଣ୍ଣ, ୮ ରୋପ୍ଯ ପଦକ 

IMG-20241122-WA0031
Share

 

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ଓଡିଶା ରାଜ୍ୟ କୁସ୍ତି ପ୍ରତିଯୋଗିତାରେ ସମ୍ବଲପୁର ଦଳ ୬ ସୂର୍ଣ୍ଣ, ୮ ରୋପ୍ଯ ପଦକ ହାସଲ କରିଛି।

ସମ୍ବଲପୁର କଚେରି ସ୍ଥିତ ସାଓଲିନ କୁମ୍ଫୁ ଉଷୁ ଏସୋସିଏସନ ଦ୍ବାରା ପରିଚାଳିତ ଜିଲ୍ଲା କୁସ୍ତି ଖେଳାଳି କଟକ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଠାରେ ଚଳିତ ମାସ ୧୯ ଓ ୨୦ ତାରିଖ ୨ ଦିନ ଧରି ଅନୁଷ୍ଠିତ ହୋଇଥିଲା।ରାଜ୍ୟ କୁସ୍ତି ପ୍ରତିଯୋଗିତାରେ ଭାଗନେଇ ସମ୍ବଲପୁର ଦଳ କୁ ୬ ସୂର୍ଣ୍ଣ ଏବଂ ୮ ଟି ରୋପ୍ଯ ପଦକ ହାସଲ କରି ବୀର ସୁରେନ୍ଦ୍ର ସାଏ ଜନ୍ମିତ ଭୁମି ର ସମ୍ମାନ ଅକ୍ଷୂର୍ଣ୍ଣ ରଖିଛନ୍ତି। ସମ୍ବଲପୁର ପାଇଁ ଏହା ଏକ ଏକ ବିରଳ କୃତିତ୍ବ ଓ ପଶ୍ଚିମ ଓଡ଼ିଶା ପାଇଁ ମଧ୍ଯ ଗୌରବ ର ବିଷୟ। ଆଜି ସମ୍ବଲପୁର ର ଖେଳାଳି ମାନେ ସମ୍ବଲପୁରରେ ପହଞ୍ଚିବା ପରେ କୁସ୍ତି ସଂଘ ତରଫରୁ ଭବ୍ଯ ସ୍ବାଗତ କରାଯାଇଥିଲା।

ଏହି ଓଡ଼ିଶା ରାଜ୍ୟ କୁସ୍ତି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବୈଷ୍ଣବୀ ପଟ୍ଟନାୟକ, କିଞ୍ଜଲ ଅଗ୍ରୱାଲ, ତମନ୍ନା ଗୋପ, ପ୍ରୀତି ମିର୍ଧା , ସୁମିତ ମହାନନ୍ଦ ଓ ଦୀପେଶ ଦାଶ ହାସଲ କରିଥିଲେ ଏବଂ ରୋପ୍ଯ ପଦକ ସ୍ନିଗ୍ଧାରାନୀ ଭାଜି, ଭାରତୀ ଟଣ୍ଡନ, ଜମୁନା ମିର୍ଧା, ପ୍ରତ୍ୟୁଷ ମାନ ଗୁରୁଙ୍ଗ, ସୁଶାନ୍ତ କେୱଟ, ସୁଭିତ କୁମାର ଦାଶ , ଏମଡି ସୟଦ ଓ ଅବଦୁଲ ଫରହାନ ଅଜିଜ ହାସଲ କରି ସମଗ୍ର ପଶ୍ଚିମ ଓଡିଶା ର ଗୌରବ ଅକ୍ଷୁର୍ଣ୍ଣ ରଖିଛନ୍ତି ।। ଐତିହାସିକ ରଚି ଥିବା ଦଳ ସହିତ କୋଚ ପୁଷ୍ପାଞଳି ସାହୁ, ଗାୟତ୍ରୀ ମିଶ୍ର, ମେନେଜର ଶାନ୍ତି ଗୋପ ଓ ସମ୍ପାଦକ ସୁବାସ ଚନ୍ଦ୍ର ବେହେରା ଗ୍ରସ୍ତ କରିଥିଲେ ।। ଏହି ପରିପେକ୍ଷୀରେ ସମ୍ପାଦକ ବେହେରା କହିଥିଲେ ଯେ ଆମ ପାଖରେ କୁସ୍ତି ମ୍ୟାଟ, ଉପଯୁକ୍ତ ସରଞ୍ଜାମ ପାଖରେ ନଥାଇ ମଧ୍ଯ ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ କରିଛନ୍ତି ।। ଆମର ନିତାନ୍ତ ଆବଶ୍ୟକ କୁସ୍ତି ମ୍ୟାଟ ଆଦି ସରଞ୍ଜାମ ଯଦି ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦେଲେ ଆମର ଜିଲ୍ଲା କୁସ୍ତି ଖେଳାଳି ଅଧିକ ଉପକୃତ ହେବେ ଏବଂ ଆମର ଖେଳାଳି ମଧ୍ଯ ଅଲିମ୍ପିକ ପଦକ ହାସଲ କରି ପାରିବେ।