November 23, 2024

ଗଜପତି:- ଜାତୀୟ ନବଜାତ ଶିଶୁଯତ୍ନ ସପ୍ତାହ-୨୦୨୪ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ..

Share

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ବାଘଶାଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ନିକଟସ୍ଥ ଯୁବରାଜପୁର ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଜାତୀୟ ନବଜାତ ଶିଶୁଯତ୍ନ ସପ୍ତାହ-୨୦୨୪ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମରେ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପିଏଚଇଓ:- ମମତା ପାଢ଼ୀ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ନିରାପତ୍ତା ଓ ଗୁଣବତ୍ତା ସହିତ ଉତ୍ତମ ସେବା ପାଇବା ପ୍ରତ୍ୟେକ ଶିଶୁର ଜନ୍ମଗତ ଅଧିକାର ବୋଲି କହିଥିଲେ ।

ସେହିଭଳି ବାଘଶାଳା ସ୍ଥିତ ଆୟୁଷ୍ମାନ ରୋଗ ମନ୍ଦିର ତଥା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ଆୟୁଷ ମେଡିକାଲ ଅଫିସର ଡ଼ାଃ ରଜତ କୁମାର ସେଠୀ ଯୋଗ ଦେଇ ନବଜାତ ଶିଶୁ ଯତ୍ନର ବିଭିନ୍ନ ଦିଗ ସମ୍ପର୍କରେ କହି ଶିଶୁକୁ ଯଦି ଜ୍ଵର , କାଶ , ଦେହ ଥଣ୍ଡା , ମା କ୍ଷୀର ଖାଇ ନ ପାରିବା କି ନିସ୍ତେଜ୍ ରହିବା କି ନିଶ୍ୱାସ ପ୍ରଶ୍ୱାଶ ନେବାରେ ଅସୁବିଧା ପ୍ରଭୃତି କୌଣସି ସମସ୍ୟା କି ଲକ୍ଷଣ ଦେଖା ଦେଲେ ତୁରନ୍ତ ଆଶା କି ସ୍ବାସ୍ଥ୍ୟକର୍ମୀ ଙ୍କୁ ପରାମର୍ଶ କରି ଡାକ୍ତରଖାନାକୁ ନେବାକୁ କହିଥିଲେ । ଏଥିସହ ସରକାରୀ ଡାକ୍ତରଖାନାରେ ଶିଶୁ ମାନଙ୍କ ସମସ୍ତ ଆବଶ୍ୟକୀୟ ଚିକିତ୍ସା ମାଗଣାରେ ଉପଲବ୍ଧି ହୋଇଥାଏ ବୋଲି କହିଥିଲେ ।

ଏହି ଅବସରରେ ଯୁବରାଜପୁର ସ୍ଥିତ ଅଙ୍ଗନବାଡି କେନ୍ଦ୍ର ପରିସରରେ ମହିଳା ପ୍ରସୂତି ମାନେ ପୋଷ୍ଟର ସହ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଦାସକାଠିଆ-ନାଚଗୀତ ମାଧ୍ୟମରେ ଶିଶୁ ଯତ୍ନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବାଘଶାଳା ସ୍ୱାସ୍ଥ୍ୟକେନ୍ଦ୍ରର ଏଏନଏମ:- ଶ୍ରୀମତୀ ସସ୍ମିତା ରାଉତଙ୍କ ସମେତ ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————-