November 15, 2024

ଅସ୍ତରଙ୍ଗପୁରାତନ ଛାତ୍ର ଙ୍କ ବନ୍ଧୁ ମିଳନ

Share

ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ର,ସର୍ବପୁରାତନ ହାଇସ୍କୁଲ, ଅସ୍ତରଙ୍ଗ ହାଇସ୍କୁଲ ର ୧୯୭୬ ମସିହା ମାଟ୍ରିକ ବ୍ୟାଚ ପିଲାଙ୍କର ବନ୍ଧୁ ମିଳନ ଶୁକ୍ରବାର ଦିନ ,ସର୍ବଧର୍ମ ସମନୟ ପୀଠ ବାବା ସତ୍ୟପୀର ତଥା ପିର ଜାହାନିଆ ବେଳାଭୂମି ନିକଟ ଝାଉଁ ଜଙ୍ଗଲରେ ଅନୁଷ୍ଠିତ ହୋଇ ଯାଇ ଅଛି । ପ୍ରାରମ୍ଭରେ ୟୁକୋ ବ୍ୟାଙ୍କ ର ଅବସରପ୍ରାପ୍ତ ସିନିଅର ମ୍ୟାନେଜର ଶ୍ରୀଧର ମଲ୍ଲିକ ଙ୍କ ଆବାହକ ତୋର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପରଲୋକ ଗତ ସାଙ୍ଗ ,ସୁକାନ୍ତ ବିଶ୍ଵାଳ,ସୁବାସ ମହାନ୍ତି,ରବି ପାତ୍ର,ବିଦ୍ୟାଧର ବିଶ୍ଵାଳ,ଆଦିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯିବା ପରେ,ସାଙ୍ଗ ସାଥିମାନଙ୍କ ମତ ବିନିମୟ କାର୍ଯ୍ୟକ୍ରମ ତଥା ନିଜ ନିଜର ପାରିବାରିକ ପରିଚୟ ଦେଇଥିଲେ । ପ୍ରତି ବର୍ଷ ଏହିପରି ଏକ ବନ୍ଧୁ ମିଳନ ଅନୁଷ୍ଠିତ ହେବ ,ଓ ଅସ୍ତରଙ୍ଗ ବ୍ଲକ ରେ ଶିକ୍ଷା,ହେଉ କି ଅନ୍ୟ କୌଣସି କ୍ଷେତ୍ରରେ ପାର ଦର୍ଶିତା ଲାଭ କରିଥିବା ଛାତ୍ର ଛାତ୍ରୀ ,ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଙ୍କୁ ପୁରସ୍କୃତ କରାଯିବାପାଇଁ ନିଷ୍ପତି ନିଆଯାଇଥିଲା । ଆଉ ମଧ୍ୟ ଯଦି କାହାର କୌଣସି ପାରିବାରିକ ସମସ୍ୟା ଦେଖାଦିଏ,ସମସ୍ତେ ମିଳିମିଶି ସାହାଯ୍ୟର ହାତ ବଢାଇବେ ବୋଲି ସମସ୍ତ ସାଙ୍ଗ ମାନେ ମତ ପୋଷଣ କରିଥିଲେ । ୪୭ ବର୍ଷ ତଥା, ବୟସର ଅପରାହ୍ନ ରେ ସମସ୍ତ ସାଙ୍ଗ ମାନେ ଏକାଠି ହୋଇ ଥିବାରୁ ସେମାନଙ୍କର ଭାବାର ଆଦାନ ପ୍ରଦାନ ଖୁବ୍ ଆକର୍ଷଣ ଥିବା ବେଳେ,ନାଚ ଗୀତ ରେ ବଣ ଭୋଜି ସ୍ଥଳ ପ୍ରକମ୍ପିତ ହୋଇ ପଡିଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ, ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କ ର ଅବସପ୍ରାପ୍ତ ମ୍ୟାନେଜର ନଟ କିଶୋର ମହାନ୍ତି,ଅବସରପ୍ରାପ୍ତ ରେଲବିଭାଗର ସିନିୟର୍ ଷ୍ଟେସନ ମାଷ୍ଟର ଅଶୋକ ମହାନ୍ତି,ମୋହରୀୟର ପ୍ରବୀଣ ମହାନ୍ତି, ପୋଷ୍ଟ ମାଷ୍ଟର ବିପିନ ପଟ୍ଟନାୟକ,ସମାଜସେବୀ ହରିବନ୍ଧୁ ସ୍ବାଇଁ,ପିରଙ୍କର ପୂଜାରୀ ଟିକୁ ଅଲିଶାହା,ପ୍ରତାପ କାନୁନଗୋ,ଭୁବନାନନ୍ଦ ନାୟକ,ବିଚିତ୍ରାନନ୍ଦ୍ ସ୍ବାଇଁ,ମାୟାଧର ପଢ଼ିଆରୀ,ପ୍ରତାପ କାନୁନଗୋ ,ଶ୍ରୀଧର ମଲିକ ସୁଶାନ୍ତ ବାରିକ,ଉପେନ୍ଦ୍ର ମଲିକ,ପ୍ରମୋଦ ପରିଡ଼ା,ନବଘନ ସ୍ବାଇଁ,କୃଷ୍ଣ ପ୍ରଧାନ , ସାମ୍ବାଦିକ ଦୁଃଶାସନ ନାୟକ, ଆଦି ଚାଳିଶ ରୁ ଉର୍ଦ୍ଧ ପୁରାତନ ବନ୍ଧୁ ଯୋଗ ଦେଇ ଥିଲେ ।