March 10, 2026

ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉଛି ଫାସିବାଦୀ ଲକ୍ଷଣ

IMG-20230324-WA0020
Share

 

 

ନୂଆଦିଲ୍ଲୀ, ତା ୨୪/୦୩. ‘ମୋଦୀ ଉପନାମ’ ମନ୍ତବ୍ୟ ନେଇ ତାଙ୍କ ବିରୁଦ୍ଧରେ ଯେଉଁ ମାନହାନି ମକଦ୍ଦମା ଏବଂ ରାହୁଲ ଗାନ୍ଧୀଙ୍କ ଲୋକସଭାର ସଦସ୍ୟତା କୁ ଅଯୋଗ୍ୟ କହି ରଦ୍ଦ କରିବା ଏକ ଖୋଲା ଫାସିଷ୍ଟ କାର୍ଯ୍ୟ। ଯେଉଁମାନେ ଭାରତରେ ‘ଫାସିଜିମର ଲକ୍ଷଣ’ ଖୋଜୁଛନ୍ତି, ଏବେ ସେମାନଙ୍କ ଆଖି ଖୋଲିବା ଉଚିତ୍। ଯେଉଁ ସମୟରେ ରାଜ୍ୟର ସମସ୍ତ ଅନୁଷ୍ଠାନ ଫାସିଷ୍ଟ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରୁଛନ୍ତି। ରାଜନୈତିକ ବିରୋଧୀଙ୍କ ବିରୋଧରେ ମୋଦୀ ଶାସନ ଦ୍ୱାରା କରାଯାଇଥିବା ଏହି ଭୟାବହତା କୁ ସି.ପି.ଆଇ (ଏମ-ଏଲ) ରେଡଷ୍ଟାର କଠୋର ଭାଷାରେ ନିନ୍ଦା କରିଛନ୍ତି। ଦେଶର ସମସ୍ତ ଫାସିଷ୍ଟ ବିରୋଧୀ ଗଣତାନ୍ତ୍ରିକ ଶକ୍ତିଙ୍କ ଦ୍ବାରା ଏହି ଘୃଣ୍ୟ ଫାସିବାଦୀ ପଦକ୍ଷେପକୁ ପ୍ରତିରୋଧ ତଥା ପରାସ୍ତ କରିବାକୁ ଆଗକୁ ଆସିବାର ସମୟ ଆସିଛି ବୋଲି ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ସାଧାରଣ ସମ୍ପାଦକ

ପି.ଜେ.ଜେମ୍ସ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

 

ଶଙ୍କର, ଜିଲ୍ଲା ସମ୍ପାଦକ

ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର

୯୪୩୭୨୬୩୨୧୧

 

୨୪/୦୩/୨୦୨୩