June 21, 2026

ବ୍ୟକ୍ତିଗତ ଶତ୍ରୁତାକୁ ନେଇ ଫଳନ୍ତି ଗଛର ଗଲା ଜୀଵନ ..

IMG-20241120-WA0010
Share

 

 

ତିର୍ତ୍ତୋଲ

 

 

:- ଏମିତିବି ମଣିଷ ଅଛନ୍ତି ଯେକି ବ୍ୟକ୍ତିଗତ ଶତ୍ରୁତା ପାଇଁ ବୃକ୍ଷ ମାନଙ୍କୁ କାଟିବାକୁ ପଛlନ୍ତି ନାହିଁ l ଦର୍ଶକ ବନ୍ଧୁ ଆମେ ଆପଣଙ୍କୁ ଦେଖାଉଛୁ ସେପରି ଏକ ଦୃଶ୍ୟ ଯୋଉଠି ହିଂସ୍ର ଭାବେ କଟାଯାଉଛି ଏହି ଗଛ l ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ରାଜସ୍ବ ନିରୀକ୍ଷକ ଙ୍କ ଅଧିନସ୍ତ ନରସିଂହପୁର ଗ୍ରାମରେ l ଏହି ଗ୍ରାମରେ ପ୍ରାୟ ୬୦ ପରିବାର ବସବାସ କରୁଥିବା ବେଳେ ପାଖାପାଖି ୪୦ ପରିବାର ନିଜ ଘର ସାମ୍ନାରେ ଥିବା ସରକାରୀ ଜାଗାରେ ବିଭିନ୍ନ ପ୍ରକାର ଗଛ ଲଗାଇ ଦଖଲଦାର ସାଜିଛନ୍ତି । ସେମାନଙ୍କ ମଧ୍ୟରେ ସତ୍ୟ ରଞ୍ଜନ ପରିଡା ଅନ୍ୟତମ ବ୍ୟକ୍ତି ଭାବେ ଖାତା ନମ୍ବର ୧୨୭, ପ୍ଲଟ ନମ୍ବର ୨୯୫ କିସମ – ରାସ୍ତା ଓ ଏରିଆ ଏ୦. ୧୯ କୁ ରାଜସ୍ବ କାର୍ଯ୍ୟାଳୟ ରେ ଗୋଟିଏ ବର୍ଷର ୧୦୫ ଟଙ୍କାର ଫାଇନ ଭରିଛନ୍ତି । କିନ୍ତୁ ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ଫାଇନ ର ଅବଧି ଥିବା ବେଳେ ସେଇ ଗ୍ରାମର କିଛି ସ୍ୱାର୍ଥବାଦୀ ଲୋକ ବ୍ୟକ୍ତିଗତ ଶତ୍ରୁତାକୁ ନେଇ ସତ୍ୟରଞ୍ଜନ ଙ୍କ ୧୫୦ ରୁ ଅଧିକ ଫଳନ୍ତି କଦଳିଗଛକୁ କାଟି ଗଛଗୁଡିକୁ ସେ ସ୍ଥାନରୁ କୁଆଡେ ଗାଏବ କରି ଦେଇଛନ୍ତି। ଏହି ବାବଦରେ ଗରାମ ରାଜସ୍ବ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ, ସେ ପ୍ରତିକ୍ରିୟା ଦେଲେ ଯେ ଗଛ ଥିଲା ସରକାରୀ ଜାଗାରେ ତାକୁ କାଟିବାର ଅଧିକାର ଗ୍ରାମବାସୀଙ୍କର ନାହିଁ । ତେଣୁ ଗଛ କାଟିବା ସମ୍ପୂର୍ଣ୍ଣ ଭୁଲ । ପ୍ରଶ୍ନ୍ ଉଠୁଛି କାହା ସ୍ୱାର୍ଥରେ ଏତେ ଗୁଡ଼ାଏ ଗଛ ର ଜୀଵନ ଗଲା ? ଗ୍ରାମର ଅଧାରୁ ଅଧିକ ପରିବାର ସରକାରୀ ଜାଗାରେ ଗଛ ଲଗେଇ ଚଳୁଥିବା ବେଳେ ଜନୈକ ବ୍ୟକ୍ତି ଜଣେ ସରକାରୀ ଜମି ଉପରେ ନିର୍ମାଣ କରିଛି ଘର । ଏ ବାବଦରେ ସମ୍ମାନନୀୟ ତହସିଲଦାର ମହୋଦୟ ତିର୍ତୋଲ ଙ୍କୁ ଅବଗତ କରାଯାଇଥିଲେ ବି କୌଣସି ସରଜମିନ ତଦନ୍ତ କରା ଯାଇପାରି ନାହିଁ ।କିନ୍ତୁ ଗଛ ପାଇଁ ବଢ଼ି ଯାଇଛି ଶତ୍ରୁତା ।ତେଣୁ ଏହି ଗ୍ରାମର ବିଶୃଙ୍ଖଳା କୁ ଶୁଙ୍ଖଳିତ କରାଇବାକୁ ମାନନୀୟ ତହସିଲଦାର ଉପଯୁକ୍ତ ତଦନ୍ତ କରିବାକୁ ସାଧାରଣରେ ଦାବୀ ହେଉଥିବା ବେଳେ ଗଛ କାଟିବା ଅପରାଧ ରେ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାପାଇଁ କ୍ୟାମେରା ସାମ୍ନାକୁ ନ ଆସି କେତେକ ଲୋକ ଆମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି l

 

ତିର୍ତ୍ତୋଲରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ଉପାନ୍ତ ଖବର ।