June 21, 2026

ରାଜରାସ୍ତାରେ ଚଳନ୍ତା ଟ୍ରାକ୍ଟରରୁ ଖସୁଛି ପଥର , ଜନ ଜୀବନ ପ୍ରତି ବିପଦ , ପ୍ରଶାସନିକ ପ୍ରତିକାର ଦାବି 

IMG-20241119-WA0072
Share

 

ବୁଗୁଡ଼ା : ତା ୧୯/୧୧/୨୪ : ସ୍ଥାନୀୟ ପ୍ରଶାସନିକ ଉଦାସୀନତା କାରଣରୁ ବୁଗୁଡା ଅଞ୍ଚଳର ରାଜରାସ୍ତାରେ ଖୁଲମଖୁଲା ପଥର ବୋଝାଇ ମାଳ ମାଳ ଟ୍ରାକ୍ଟର ଦ୍ରୁତ ଗତିରେ ଯାତାୟତ କରୁଥିବାରୁ ସାଧାରଣରେ ଦୁର୍ଘଟଣାର ଭୟ ଘାରିଛି। ପ୍ରଶାସନର ଦୃଷ୍ଟି ଆଢୁଆଳରେ କେତେକ ଟ୍ରାକ୍ଟର ଭୋର ସମୟରେ ଏତେ ଦ୍ରୁତ ଗତିରେ ଯାତାୟତ କରୁଛନ୍ତି ଯେ ସେଥିରେ ବୋଝେଇ ହୋଇଥିବା ପଥର ରାଜରାସ୍ତାରେ ଖସି ପଡୁଛି। ଏହି ସମୟରେ ସେହି ରାସ୍ତାରେ ଦେଇ ଯାତାୟତ କରୁଥିବା ଲୋକଙ୍କ ପ୍ରତି ରହୁଥିବା ବିପଦକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ପ୍ରଶାସନିକ କଟକଣାକୁ ଖାତିର ନକରି କେତେକ ଟ୍ରାକ୍ଟରରେ ବାଲି, ଗୁଡି , ପଥର ଆଦି ନଘୋଡାଇ କିପରି ଖୋଲାମେଲାରେ ଚାଲାଣ ହେଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ରାଜନୀତିର ଚାପରେ କୁଆଡେ ପ୍ରଶାସନ ଧୃତରାଷ୍ଟ୍ର ସାଜିଥିଲା ବେଳେ ବେଲଗାମ୍ ଟ୍ରାକ୍ଟର ଚାଳନାକୁ ନେଇ ପ୍ରତିବାଦ କରିବାକୁ ସାଧାରଣ ଜନତା ସାହସ ଜୁଟାଇ ପାରୁନାହାନ୍ତି। ଏଣୁ, ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।