ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ଗଞ୍ଜାମ ଶାଖାର ସାଧାରଣ ପରିଷଦ ବୈଠକ 7 ଦଫା ଦାବି ପୂରଣ ନହେଲେ ଆନ୍ଦୋଳନ ହେବ
ବ୍ରହ୍ମପୁର, 24/3 : ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ବ୍ରହ୍ମପୁର ନଗର ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ସଂଘ କାଯର୍ୟାଳୟ ପରିସରରେ ସଂଗଠନର ଉପଦେଷ୍ଟା ତଥା ହିନ୍ଦ୍ ମଜଦୁର ସଭାର ରାଜ୍ୟ ଉପସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ 7 ଦଫା ଦାବି ପୂରଣ ପାଇଁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ଦାବି ପୂରଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା
ଦାବିଗୁଡ଼ିକରେ ମଧ୍ୟରେ ଦର୍ୀଘବର୍ଷ ଧରି ଖାଲି ପଡ଼ିଥିବା ଡି ଗ୍ରେଡ ପଦବୀକୁ ଶୀଘ୍ର ପୂରଣ କରାଯାଉ ଓ ମୃତୁ୍ୟବରଣ କରିଥିବା କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ତୁରନ୍ତ ନିଯୁକ୍ତି ଦିଆଯାଉ, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଯୋଗ୍ୟତା ଭିତ୍ତିରେ ତୃତୀୟ ଶ୍ରେଣୀ କର୍ମଚାରୀ ଭାବେ ପଦୋନ୍ନତି ଦିଆଯାଉ, ସ୍ବାସ୍ଥ୍ୟ ବିଭାଗରେ ଏଜେନ୍ସି ମାଧ୍ୟମରେ କାଯର୍ୟରତ 10 ବର୍ଷରୁ ଊର୍ଦ୍ଧ୍ବ ଆଉଟସୋର୍ସିର୍ଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ମେଡିକାଲ ପରିସର ମଧ୍ୟରେ ବାସଗୃହ (କ୍ବାଟର) ନର୍ିମାଣ କରାଯାଉ, କର୍ମଚାରୀଙ୍କୁ ମିଳୁଥିବା ପୋଷାକ ଅର୍ଥ ଦୁଇ ହଜାରକୁ ବୃଦ୍ଧି କରାଯାଉ ଏବଂ ରିସ୍କ ଆଲାଉନ୍ସ 500 ଟଙ୍କାକୁ ବୃଦ୍ଧି କରାଯାଉ, କର୍ମଚାରୀଙ୍କୁ ପୂର୍ବରୁ ପ୍ରଦାନ କରାଯାଉଥିବା ମେଡିକାଲ ବିଲ ପ୍ରଦାନ କରାଯାଉ, କର୍ମଚାରୀଙ୍କ ଅବସର ବୟସ ସୀମା ଡ଼ାକ୍ତରଙ୍କ ଭଳି 60 ରୁ 65କୁ ବୃଦ୍ଧି କରାଯାଉ ବୋଲି ସାଧାରଣ ସମ୍ପାଦିକା ରେଣୁପ୍ରିୟା ପାଢ଼ୀ ଆଗତ କରିଥିଲେ ଆୟୋଜିତ ବୈଠକରେ ଅବସର ନେଇଥିବା ସୁପ୍ରଭା ସିଂଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା
ଏହି କାଯର୍ୟକ୍ରମରେ ରାଜ୍ୟ ସଂଗଠନର ଯୁଗ୍ମ ସମ୍ପାଦକ ରବିନ୍ଦ୍ର ନାୟକ, ଜିଲା ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ପଣ୍ଡିତ, ପୂର୍ବତନ ସମ୍ପାଦକ ଜି. ନରସିଂହ ରାଓ, ବିପିନ ବିହାରୀ ନାୟକ, ଟୁନା ଜେନା, ରଞ୍ଜନ କୁମାର ବେଜ, ରବିନ୍ଦ୍ର କୁମାର ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ
(ରେଣୁପ୍ରିୟା ପାଢ଼ୀ)
ସାଧାରଣ ସମ୍ପାଦିକା ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ