ଗିରଫ ହେଲେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଏକାଧିକ ବାହା ହୋଇଥିବା ନେଇ ଥାନା ରେ ହୋଇଥିଲା ଅଭିଯୋଗ |
ରାୟଗଡା -(ସୁରେନ୍ଦ୍ର ମହାନ୍ତି )ବନ୍ଧା ହେଲେ କୋଠା ବାଡ଼ି ଓ ରାସ୍ତା ନିର୍ମାଣ ବିଭାଗ କନିଷ୍ଠ ଯନ୍ତ୍ରୀ । କନିଷ୍ଠ ଯନ୍ତ୍ରୀଙ୍କ ଦ୍ୱିତୀୟ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ତାଙ୍କୁ ଆଜି ରାୟଗଡା ପୁଲିସ ଗିରଫ କରିଛି।ସେ ହିନ୍ଦୁ ଧର୍ମ ଅନୁଯାଇ ଗୋଟିଏ ପତ୍ନୀ ଥାଇ ଆଉ ୪ଜଣଙ୍କୁ ବାହା ହୋଇଥିବା ନେଇ ଥାନାରେ ଅଭିଯୋଗ ଆଣିଛନ୍ତି ପତ୍ନୀ। ଏହି ଅଭିଯୋଗ ଆଧାରରେ ଆଜି କନିଷ୍ଠ ଯନ୍ତ୍ରୀଙ୍କୁ ପୁଲିସ ଗିରଫ କରିଛି। ପତ୍ନୀ ସୁନିତା କିଷାନ ଆଜି ନିଜ ବାପା, ମାଙ୍କ ସହିତ ରାୟଗଡା ଥାନାକୁ ଆସି ମାମଲା ରୁଜ କରିଛନ୍ତି । ତାଙ୍କ ସ୍ୱାମୀ ଗୋପୀନାଥ କିଷାନ ରାୟଗଡା ଜିଲ୍ଲା କୋଠାବାଡ଼ି ରାସ୍ତା ନିର୍ମାଣ ବିଭାଗରେ ଜେଇ ରୂପେ କାର୍ଯ୍ୟରତ ଅଛନ୍ତି । ଶ୍ରୀ କିଷାନ ସୁନିତାଙ୍କୁ ବିବାହ କରିବା ସହିତ ଅନ୍ୟ ୪ ଜଣ ଯୁବତୀଙ୍କୁ ବିବାହ କରିଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ଏହା ବ୍ୟତୀତ ସେ ତାଙ୍କୁ ଶାରୀରିକ ନିର୍ଯାତନ ସହିତ ଅଶ୍ଳୀଳ ଗାଳିଗୁଲଜ କରିବା ସହ ଅଧିକ ଯୌତୁକ ଦାବି ଓ ଜୀବନରୁ ମାରିଦେବେ ବୋଲି ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ସୁନିତା କିଷାନ ଛତିଶଗଡ଼ର ରାୟଗଡ ଜିଲ୍ଲା ଘଟିକି ପାଲି ଗାଁ ବାସିନ୍ଦା । ସେ ସମ୍ବଲପୁର ଜିଲ୍ଲା ଘୁମୁସର ଗାଁର ଗୋପୀନାଥ କିସନଙ୍କ ସହିତ ମେଟ୍ରୋମାନି ମାଧ୍ୟମରେ ସମ୍ପର୍କ ଯୋଡିଥିଲେ । ଉଭୟ ପରିବାରଙ୍କର ନିଷ୍ପତି ଅନୁସାରେ ଗତ ବର୍ଷ ଫେବ୍ରୁଆରୀରେ ଝାରସୁଗୁଡା ସ୍ଥିତ ଝଡେସ୍ୱର ମନ୍ଦିରରେ ଉଭୟଙ୍କର ବିଭାହ ହୋଇଥିଲା। କିନ୍ତୁ ଉଭୟଙ୍କ ବୈବାହିକ ଜୀବନରେ ମାତ୍ର ପାଞ୍ଚ ମାସ ପରେ ତିକ୍ତତା ଦେଖା ଦେଇଥିଲା। ଏଣୁ ଯୌତୁକ ନିର୍ଯାତନ ଅଭିଯୋଗ କରି ସୁନିତା କିଷାନ ଗତ ଜୁନ ମାସରେ ରାୟଗଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଉଭୟଙ୍କୁ ବୁଝାସୁଝା କରି ଦିଆଯାଇଥିଲା। ତଥାପି ଉଭୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରୁ ପତ୍ନୀ ସୁନିତାଙ୍କ ମଧ୍ୟରେ ସ୍ୱାମୀଙ୍କ ପ୍ରତି ସନ୍ଧେହ ସୃଷ୍ଟି ହୋଇଥିଲା। ପରେ ସେ ଶ୍ରୀ କିଷାନଙ୍କ ଚତୁର୍ଥ ସ୍ତ୍ରୀ ବୋଲି ଜାଣିପାରି ସହପାରିବାରେ ସୋମବାର ଆସି ଥାନାରେ ଏତଲା ଦେଇଥିଲେ । ସୁନିତା ରାୟଗଡା ଥାନାରେ ଏତଲା ପରେ ପୋଲିସ ତଦନ୍ତ କରି କେଶ ରୁଜୁ କରି ଆଜି କନିଷ୍ଠ ଯନ୍ତ୍ରୀ ଗୋପୀନାଥ କିଷାନଙ୍କୁ କୋର୍ଟ ଚାଲାଣ କରିଛି।