April 18, 2025

ଉମରକୋଟ ପ୍ରିମିୟର ଲିଗ, ଫାଇନାଲ ରେ ପୁରୀ ୱାରୀୟର ଓ ଇଭିନିଙ୍ଗ ୧୧ ଜୟପୁର……….

Share

 

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ପ୍ରୀମୀୟର ଲିଗ କ୍ରିକେଟ ଟର୍ଣ୍ଣ।ମେଣ୍ଟରେ ରବିବାର ପୁରୀ ୱାରୀୟର ଓ ଇଭିନିଙ୍ଗ ୧୧ ଜୟପୁର

ଫାଇନାଲରେ ମ୍ୟାଚ ଅନୁଷ୍ଠିତ ହେବ। ସୂଚନା ଅନୁଯାଇ ପୂର୍ବରୁ ଏ ଗ୍ରୁପର ପୁରୀ ୱାରୀୟର ଫାଇନାଲ ରେ ପ୍ରବେଶ କରି ଥିବା ବେଳେ ଆଜି ଅନୁଷ୍ଠିତ ଦ୍ବିତୀୟ ସେମି ଫାଇନାଲରେ ରେ ବି ଗ୍ରୁପର ଇଭିନିଙ୍ଗ ୧୧ ଜୟପୁର ଫାଇନାଲ ରେ ପ୍ରବେଶ କରିଛି।

ଆଜିର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ସୁରୟା ୧୧ ଓ ଇଭିନିଙ୍ଗ ୧୧ ଜୟପୁର ମଧ୍ୟରେ ୨୦ ଓଭର ଲେଖାଏଁ ଖେଳ ହୋଇଥିଲା। ପ୍ରଥମେ ସୁରୟା ୧୧ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୨୦ ଓଭର ମଧ୍ୟରୁ ୧୯.୫ ଓଭରରେ ୧୦ ଉଇକେଟ ହରାଇ ୧୬୩ ରନ କରିଥିଲା । ବିଶାଳ ରନ ର ଲକ୍ଷକୁ ଇଭିନିଙ୍ଗ ୧୧ ଜୟପୁର ପିଛା କରୀ ନିର୍ଦ୍ଧାରିତ ୨୦ ଓଭରରେ ୮ଉଇକେଟ ହରାଇ ୧୬୪ ରନ କରି ବିଜୟ ଲାଭ କରି ଫାଇନାଲ କୁ ପ୍ରବେଶ କରିଛି। ଆଜିର ମ୍ୟାଚ ଦେଖିବାକୁ ଷ୍ଟାଡିୟମ ରେ ହଜାର ହଜାର ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଆଜିର ଖେଳରେ ଆକର୍ଷଣୀୟ ବୋଲିଙ୍ଗ ଓ ବ୍ୟାଟିଙ୍ଗ କରିଥିବା ଯୋଗୁଁ ଇଭିନିଙ୍ଗ ୧୧ ଜୟପୁର ପକ୍ଷରୁ ଅରୁଣ ପଣ୍ଡା ଙ୍କୁ ଆଜି ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଛି। ଆସନ୍ତା କାଲି ରବିବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

You may have missed