ସୀମାନ୍ତ ସାମ୍ବାଦିକ ସଂଘ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ…
ସାମ୍ବାଦିକଙ୍କ ସ୍ଥିତି ଓ ସୁରକ୍ଷା ” ସମ୍ବନ୍ଧୀୟ ଆଲୋଚନା ଚକ୍ର । ପାତ୍ରପୁର–ପାତ୍ରପୁର ବ୍ଲକ ସୀମାନ୍ତ ସାମ୍ବାଦିକ ସଂଘ ତରଫରୁ ପାତ୍ରପୁର, ଚିକିଟି, ଦିଗପହଣ୍ଡି, ସାନଖେମୁଣ୍ଡି, ରଙ୍ଗେଇଲୁଣ୍ଡା ଓ ଇଚ୍ଛାପୁର ସାମ୍ବାଦିକ ମାନଙ୍କୁ ନେଇ ଜାତୀୟ ପ୍ରେସ ଦିବସ ଖୁବ ଆଡମ୍ବରର ସହ ଅନୁଷ୍ଠିତ ହୋଇଯାଇଛି ।ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ମହନ୍ତ ଶ୍ରୀ ପରାଙ୍କୁଶ ବିଦ୍ୟାପୀଠ ପରିସରରେ ସୀମାନ୍ତ ସାମ୍ବାଦିକ ସଂଘର ସଭାପତି ରାଜଗୋପାଳ ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ଇଂ.ଯାମିନୀକାନ୍ତ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପାତ୍ରପୁର ତହସିଲଦାର ଅଶୋକ ପଟ୍ଟନାୟକ, ଜରଡ଼ା ଥାନାଧିକାରୀ ଟୁନା ସାସମଲ, ସଂଘ ଉପଦେଷ୍ଟା ରବୀନ୍ଦ୍ର କୁମାର ମିଶ୍ର,ବରିଷ୍ଠ ସାମ୍ବାଦିକ ପ୍ରକାଶ ପାଣିଗ୍ରାହୀ, କଳିଙ୍ଗ ଟିଭି ଦକ୍ଷିଣାଞ୍ଚଳ ମୂଖ୍ୟ ପ୍ରକାଶ ପଟ୍ଟନାୟକ, ଶ୍ରୀ ଭରତ ପତି ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟପ୍ରକାଶ ପାଢ଼ୀ ପ୍ରମୂଖ ଉପସ୍ଥିତ ଥିଲେ ।ସଂଘ ସମ୍ପାଦକ ମାଧବ ବାଡ଼ତ୍ୟା ଅତିଥି ପରିଚୟ ସହ ସଂଘ ବିବରଣୀ ପାଠ କରିଥିଲେ । ପାତ୍ରପୁର ସ୍ଥିତ ଶ୍ରୀ ମାଁ ସରସ୍ୱତୀ ଶିଶୁ ଵିଦ୍ୟାମନ୍ଦିରର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସାମ୍ବାଦିକଙ୍କ ସ୍ଥିତି ଆଜିକା ଦିନରେ ଅତ୍ୟନ୍ତ ଦୟନୀୟ ହୋଇଥିବା ବେଳେ ସୁରକ୍ଷା ଏକ ବିରାଟ ପ୍ରଶ୍ନବାଚୀ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ।(ଚିକିଟି ରୁ ସନ୍ତୋଷ କୁମାର ପ୍ରଧାନ ଙ୍କ ରିପୋର୍ଟ ଉପାନ୍ତ ଖବର )